ଜିଲ୍ଲାପାଳଙ୍କ ଘର ପାଖରେ ମଦ ପିଇ ଗାଳିଗୁଲଜ କରୁଥିଲେ ସରପଞ୍ଚ, ଧରି ପକାଇଲେ ଏସ୍‌ଏଚ୍‌ଜି ମହିଳା, ତାପରେ...

Published By : Prameya-News7 Bureau | September 26, 2021 IST

ବଲାଙ୍ଗିର, ୨୬।୦୯: ଜଣେ ନିଶାଶକ୍ତ ସରପଞ୍ଚଙ୍କ ଉନ୍ମତ୍ତକାଣ୍ଡ ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୃକ୍ତ ବ୍ୟକ୍ତିଜଣକ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସରପଞ୍ଚ ଗୌର ଚନ୍ଦନ ବୋଲି ଜଣାପଡିଛି । ସେ ସର୍ବସାଧାରଣ ସ୍ଥାନରେ ବସି ମଦ ପିଉଥିବା ସହ ଗାଳିଗୁଲଜ କରୁଥିବା ବେଳେ ସ୍ଥାନୀୟ ମହିଳା ଧରି ପୋଲିସକୁ ଫୋନ କରିଥିଲେ ।

ବଲାଙ୍ଗିର ଜିଲ୍ଲାପାଳଙ୍କ ଘର ପାଖରେ ଥିବା ଏସଏଚଜି ବିକ୍ରୟ କେନ୍ଦ୍ରରେ ବସି ମଦ ପିଉଥିବା ବେଳେ ଏସଏଚଜିର ମହିଳା ଧରିଥିଲେ । ପରେ ପୋଲିସ ବଲାଙ୍ଗିର ଟାଉନ ଥାନାରେ ସରପଞ୍ଚଙ୍କୁ ଅଟକ ରଖାଯାଇଛି । ସେପଟେ ଦୀର୍ଘ ଘଣ୍ଟା ଧରି ପୋଲିସକୁ ଫୋନ କରିଥିଲେ ମଧ୍ୟ ପୋଲିସ ଆସିନଥିବା ଏସ୍‌ଏଚଜିର ସଦସ୍ୟମାନେ ଅଭଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.