ଭଦ୍ରାକାଳୀ ପୀଠରେ ମାଆଙ୍କ ସପ୍ତ ମାତୃକା ବେଶ ; ଆଜି ବେଦମାତା ବେଶରେ ପୂଜା ପାଉଛନ୍ତି ମାଆ
6/11/2018 at 1:28 PM

ଭଦ୍ରକ ୬|୧୧: ଭଦ୍ରକ ଭଦ୍ରାକାଳୀ ପୀଠରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି କାଳୀ ପୂଜା । କାଳୀ ପୂଜା ନେଇ ସାରା ଭଦ୍ରକ ସହର ଉତ୍ସବମୁଖର ହୋଇଉଠିଛି । ତେବେ ମାଆ ଭଦ୍ରାକାଳୀ ପୀଠରେ ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ସପ୍ତ ମାତୃକା ବେଶ । ପ୍ରଥମ ଦିନରେ ମାଆ ଆଜି ବେଦମାତା ବେଶରେ ପୂଜା ପାଉଛନ୍ତି । ଏହିପରି ସାତ ଦିନରେ ମାଆ ସାତଟି ବେଶରେ ପୂଜା ପାଇବେ । ଆସନ୍ତାକାଲି ମାଆଙ୍କୁ ମହାକାଳୀ ବେଶରେ ପୂଜା କରାଯିବ । ମାଆ ଭଦ୍ରକାଳୀ ଶାନ୍ତ, ସୌମ୍ୟା, ଆଉ କୋଳରେ ଶିଶୁ କୃଷ୍ଣଙ୍କୁ ଧାରଣ କରିଛନ୍ତି । ତେବେ ବର୍ଷର ଗୋଟିଏ ଦିନ ଦୀପାବଳୀ ଅମାବାସ୍ୟା ଦିନ ମାଆ ଉଗ୍ର ରୂପ ଧାରଣ କରନ୍ତି । ଆଜି ମାଆଙ୍କ ବେଦମାତା ବେଶ ଦର୍ଶନ କରିବା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021