ଡିକକ୍ ଏବଂ କେଏଲ ରାହୁଲଙ୍କ ରେକର୍ଡ ଭାଗିଦାରୀ, ଲକ୍ଷ୍ନୌର ବିଶାଳ ସ୍କୋର

Published By : Prameya-News7 Bureau | May 18, 2022 IST

ମୁମ୍ଵାଇ: ଗର୍ଜିଲା ଡିକକ ଏବଂ କେଏଲ ରାହୁଲଙ୍କ ବ୍ୟାଟ୍। କ୍ଵିଣ୍ଟନ ଡିକକ୍‌ଙ୍କ ବିସ୍ଫୋରକ ଶତକ ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲର ୬୬ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ବିଶାଳ ସ୍କୋର।  ବିନା ଓ୍ଵିକେଟ୍‌ରେ ୨୧୦ ରନ କରିଛି ଲକ୍ଷ୍ନୌ। କୋଲକାତା ସମ୍ମୁଖରେ ୨୧୧ ରନର ବିଜୟ ଲକ୍ଷ୍ୟ ରହିଛି। କ୍ଵିଣ୍ଟନ ଡିକ ଅପରାଜିତ ୧୪୦ ରନ କରିଛନ୍ତି। ସେ ୭୦ ବଲରୁ ୧୦ଟି ଲେଖାଏଁ ଚୌକା ଏବଂ ଛକା ମାରିଛନ୍ତି। ଆଇପିଏଲରେ ଏହା ହେଉଛି ତାଙ୍କର ଦ୍ଵିତୀୟ ଶତକ। କେଏଲ ରାହୁଲ ୫୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୬୮ ରନ କରି ଅପରାଜିତ ଅଛନ୍ତି। ଡିକକ୍ ଏବଂ କେଏଲ ରାହୁଲ କୌଣସି ଭାଗିଦାରୀରେ ସର୍ବାଧିକ ରନ କରି ଆଇପିଏଲରେ ଇତିହାସ ରଚିଛନ୍ତି।  ସୁନିଲ ନାରିନଙ୍କୁ ବାଦ୍ ଦେଲେ କୋଲକାତା ନାଇଟ୍ ରାଇଡର୍ସର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। 

ଟସ୍ ଜିତି ଲକ୍ଷ୍ନୌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଦୁଇ ବ୍ୟାଟସମ୍ୟାନ କୋଲକାତା ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ଡିକକ୍ ଦ୍ରୁତ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଡିକକ୍ ଆଇପିଏଲ ଇତିହାସରେ ନିଜର ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ସେ ୭୦ ବଲରୁ ୧୦ଟି ଲେଖାଏଁ ଚୌକା ଏବଂ ଛକା ସହ ୧୪୦ ରନ କରିଛନ୍ତି। ଆଇପିଏଲର ଏହା ତାଙ୍କର ଦ୍ଵିତୀୟ ଶତକ। ଅନ୍ୟପଟେ ତାଙ୍କୁ ଉତ୍ତମ ସହଯୋଗ ଦେଇଛନ୍ତି ଅଧିନାୟକ କେଏଲ ରାହୁଲ।

କୋଲକାତାର ସୁନିଲ ନାରିନଙ୍କୁ ବାଦ୍ ଦେଲେ ବାକି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଉମେଶ ଯାଦବ ୩୪ ରନ, ଟିମ୍ ସାଉଦି ୫୭, ବରୁଣ ଚକ୍ରବର୍ତ୍ତୀ ୩୮ ଏବଂ ଆନ୍ଦ୍ରେ ରସେଲ ୪୫ ରନ ବ୍ୟୟ କରିଛନ୍ତି। ସୁନିଲ ନାରିନ ସବୁଠୁ କମ ୨୭ ରନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.