IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮।୦୧:  ଆଇପିଏଲ ୨୦୨୨ର ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ନିଜର ତିନି ଖେଳାଳିଙ୍କୁ ଦଳରେ ସାମିଲ୍ କରି ସାରିଛି। ଏବେ ଲକ୍ଷ୍ନୌ ଫ୍ରାଞ୍ଚାଇଜି ମଧ୍ୟ ମଙ୍ଗଳବାର ନିଜର ତିନି ଖେଳାଳିଙ୍କ ଚୟନ କରି ନେଇଛି। ଫ୍ରାଞ୍ଚାଇଜି ଭାରତୀୟ ସୀମିତ ଓଭର ଦଳର ଉପ ଅଧିନାୟକ ଲୋକେଶ ରାହୁଲଙ୍କୁ ଦଳରେ ସାମିଲ୍ କରିଛି। ଏଥିସହ ଅନ୍ୟ ଦୁଇ ଖେଳାଳି ଭାବେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଏବଂ ଅନକ୍ୟାପ୍‌ଡ ଭାରତୀୟ ଲେଗ୍ ସ୍ପିନର ରବି ବିଶ୍ନୋଇଙ୍କୁ ଚୟନ କରିଛି।

ଇଏସପିଏନ କ୍ରିକଇନଫୋ ଅନୁଯାୟୀ ଲକ୍ଷ୍ନୌ ଫ୍ରାଞ୍ଚାଇଜି ରାହୁଲଙ୍କୁ ୧୫ କୋଟି, ଷ୍ଟୋଇନିସ୍‌ଙ୍କୁ ୧୧ କୋଟି ଏବଂ ବିଶ୍ନୋଇଙ୍କୁ ୪ କୋଟି ଟଙ୍କାରେ କିଣିଛି। ୨୯ ବର୍ଷୀୟ ରାହୁଲ ଲକ୍ଷ୍ନୌ ଫ୍ରାଞ୍ଚାଇଜି ପାଇଁ ପ୍ରଥମ ପସନ୍ଦର ଖେଳାଳି ଥିଲେ। ଆରପି ରଞ୍ଜୀବ ଗୋଏନକା ଗ୍ରୁପ ଗତ ଅକ୍ଟୋବରରେ ଲକ୍ଷ୍ନୌ ଫ୍ରାଞ୍ଜାଇଜିକୁ ୭୦୯୦ କୋଟି ଟଙ୍କାରେ କିଣିଥିଲା।

wp:html /wp:html

ଦଳ ରାହୁଲଙ୍କୁ ଅଧିନାୟକ କରିବା ପ୍ରାୟତଃ ନିଶ୍ଚିତ। ୨୦୧୮ ଆଇପିଏଲଠୁ ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଥିବା କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ ଦଳ ଛାଡିବା ପାଇଁ ପ୍ରଥମରୁ ସ୍ଥିର କରି ସାରିଥିଲେ। ଫଳରେ ପଞ୍ଜାବ ତାଙ୍କୁ ନିଲାମ ପାଇଁ ରିଲିଜ୍ କରିଥିଲା ଏବଂ ଲକ୍ଷ୍ନୌ କାଳ ବିଳମ୍ବ ନକରି ରାହୁଲଙ୍କ ସହ ଯୋଗାଯୋଗ କରି ନିଜ ଦଳରେ ସାମିଲ୍ କରିଛି।

୨୦୧୪ରେ ଆଇପିଏଲ କ୍ୟାରିୟର ଆରମ୍ଭ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ରାହୁଲଙ୍କୁ ନିଜ ଦଳରେ ସାମିଲ୍ କରିଥିଲା। ରାହୁଲ ୨୦୧୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଯୋଗ ଦେଇଥିଲେ। ପୁଣି ୨୦୧୮ ନିଲାମରେ ପଞ୍ଜାବ ଫ୍ରାଞ୍ଚାଇଜି ତାଙ୍କୁ ୧୧ କୋଟି ଟଙ୍କା ଖର୍ଚ୍ଚ କରି  ନିଜ ଦଳରେ ସାମିଲ୍ କରିଥିଲା।

ଷ୍ଟୋଇନିସ୍‌ଙ୍କ ପାଇଁ ଲକ୍ଷ୍ନୌ ଚତୁର୍ଥ ଆଇପିଏଲ ଫ୍ରାଞ୍ଚାଇଜି। ସେ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ(ଦିଲ୍ଲୀ କ୍ୟାପିଟାଲ୍ସ)ରୁ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ପୁଣି ୨୦୨୦ରେ ୪.୮ କୋଟି ଟଙ୍କା ସହ ସେ ଦିଲ୍ଲୀ ଦଳରେ ରହିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ସେ ୨୭ ମ୍ୟାଚ୍ ଖେଳି ୧୪୨.୭୧ ଷ୍ଟ୍ରାଇକ୍ ରେଟ୍‌ରେ ୪୪୧ ରନ କରିବା ସହ ୧୫ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.