ଅଖିଲେଶ ଯାଦବଙ୍କୁ ଝଟକା, ବିଜେପିରେ ସାମିଲ ହେଲେ ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ

Published By : Prameya-News7 Bureau | January 19, 2022 IST

ୟୁପି ୧୯/୦୧: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ରାଜନୀତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି । ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପଣା ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଅପର୍ଣ୍ଣା ଯାଦବଙ୍କ ସାମିଲ କେବଳ ବିଜେପି ନୁହେଁ ସପାରେ ହଇଚଇ ସୃଷ୍ଟି କରିଛି । ଏହାସହିତ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ।

wp:html /wp:html

୨୦୨୨ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେବା ପରେ ଅପର୍ଣ୍ଣା ଯାଦବ କହିଛନ୍ତି ଯେ ବିଜେପି ମୋତେ ସ୍ଥାନ ଦେଇଥିବାରୁ ମୁଁ ବହୁତ କୃତଜ୍ଞ । ମୋ ପାଇଁ ଦେଶ ସର୍ବଦା ପ୍ରଥମରେ ଆସେ । ମୁଁ ପିଏମ ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି । ବାସ୍ତବରେ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣ ଯାଦବ ଆଜି ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.