Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ଆଉଏକ ଜମାତୀ ହେବକି LPU? ଲକଡାଉନରେ ପଞ୍ଜାବର ଏହି ୟୁନିଭର୍ସିଟିରେ ଥିଲେ ୩ହଜାର୨୨୭ ଛାତ୍ରଛାତ୍ରୀ ଓ କର୍ମଚାରୀ

18/04/2020 at 3:06 PM

ଜଲନ୍ଧର୧୮।୪:  ଦିଲ୍ଲୀ ନିଜାମୁଦ୍ଦିନ ତବଲିଗୀ ଜମତ୍ ଯୋଗୁ ଦେଶର କରୋନା ପରିସ୍ଥିତି ଉତ୍କଟ ହୋଇଛି। ତେବେ ଯେଉଁ ସମୟରେ ଦିଲ୍ଲୀ ମରକଜରେ ଶହଶହ ଜମାତୀ ଏକାଠି ଥିଲେ ଠିକ୍ ସେତିକି  ପଞ୍ଜାବର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଶହଶହ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକତ୍ର ରହୁଥିଲେ। ଏବେ ସେହି ବିଶ୍ୱବିଦ୍ୟାଳୟର ଜନୈକ ଛାତ୍ର ଅସୁସ୍ଥ ହୋଇ ବାହାରକୁ ଆସିବା ବେଳେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଣୁ ଲକଡାଉନରେ ଏକତ୍ର ରହିଥିବା ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓ ଲୋକଙ୍କୁ ନେଇ ସରକାର ସନ୍ଦେହରେ ପଡିଛନ୍ତି।

ପଞ୍ଜାବ ଜଲନ୍ଧରର ଫଗୱାରାରେ ଥିବା ଲଭଲି ପ୍ରଫେସନାଲ ୟୁନିଭର୍ସିଟି(ଏଲପିୟୁ) ସମସ୍ତ ସରକାରୀ ନୀତିନିୟମ ଓ ଘୋଷଣାକୁ ଜଳାଞ୍ଜଳି ଦେଇ କରୋନା ଲକଡାଉନ୍‌ ବେଳେ  କ୍ୟାମ୍ପସ୍‌ରେ ୩ହଜାର ୨୨୭ଜଣ ଲୋକଙ୍କୁ ଏକତ୍ର ରଖିଥିଲା।  ଯେଉଁମାନଙ୍କ ମଧ୍ୟରେ ୨ହଜାର ୪୨୧ ଜଣ ଛାତ୍ରଛାତ୍ରୀ ଥିବା ବେଳେ ବାକି ଲୋକେ ଫାକଲ୍ଟି ଓ ହଷ୍ଟେଲ କର୍ମଚାରୀ। ଲକଡାଉନ୍ ଘୋଷଣାରେ ଦେଶର ସମସ୍ତ ୟୁନିଭର୍ସିଟି ଖାଲି ହୋଇଯାଇଥିବା ବେଳେ ଏଥିରେ ବ୍ୟତିକ୍ରମ ଥିଲା ଏଲପିୟୁ।

ପଞ୍ଜାବ ସରକାର ମାର୍ଚ୍ଚ ୧୩ ତାରିଖରେ ରାଜ୍ୟର ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷଣ ସଂସ୍ଥା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାର ୧୦ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୩ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନିବେଦନରେ ଜନତା କର୍ଫ୍ୟୁ ପାଳିତ ହୋଇଥିଲା।  ଏହା ପରଦିନ ସାରା ଦେଶରେ ୨୧ ଦିନିଆ କରୋନା ଲକଡାଉନ ଜାରି ହୋଇଥିଲା। ଏତେ ସମୟ ମିଳିଥିଲେ ବି ଏଲପିୟୁ ବନ୍ଦ ନହେବା ଏବେ ସମସ୍ତଙ୍କୁ ଚକିତ କରିଥିବା ବେଳେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ୟୁନିଭର୍ସିଟିକୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି।  

ତେବେ ଏଲପିୟୁ ଏ ନେଇ ଜଲନ୍ଧର ଜିଲ୍ଲା ପ୍ରଶାସନକୁ ମଧ୍ୟ ଭ୍ରମରେ ରଖିଥିବା ବିଭାଗଙ୍କ ନୋଟିସରୁ ଜଣାପଡିଛି। ଏଣୁ ବିସ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ଜନିତ ସାମାଜିକ ଦୂରତା ପାଳନ ହେଉଥିଲା କି ନା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏଣୁ ନୋଟିସ୍ ମିଳିବାର ୭ ଦିନରେ ଜବାବ ଦାଖଲ ନ କଲେ ବିଶ୍ୱବିଦ୍ୟାଳୟକୁ କାହିଁକି ‘ନୋ ଅବଜେକ୍ସନ ସାର୍ଟିଫିକେଟ୍ ଜାରି କରାନଯିବ’ ବୋଲି ବିଭାଗ ପତ୍ରରେ ଜଣାଇଛନ୍ତି।

   Related Posts