‘ଲଭ ଆଜକଲ୨’ର ଟ୍ରେଲର ହେଲା ରିଲିଜ୍…ନଜର ଆସିଲା ସାରା ଓ କାର୍ତ୍ତିକଙ୍କ ସିଜ୍‌ଲିଂ କେମିଷ୍ଟ୍ରି

Published By : Prameya-News7 Bureau | January 17, 2020 IST

ମୁମ୍ବାଇ୧୭|୧: ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ 'ଲଭ ଆଜ୍‌ କଲ-୨'ର ଟ୍ରେଲର ରିଲିଜ ହୋଇଛି। ଇମ୍‌ତିଆଜ ଅଲ୍ଲୀଙ୍କ ଫିଲ୍ମ “ଲଭ ଆଜ କଲ-୨”ରେ କାର୍ତ୍ତିକ ଓ ସାରାଙ୍କୁ ପ୍ରଥମ ଥର ପାଇଁ ଏକା ସହ ଦେଖିବାକୁ ମିଳିବ।

{"id":212484,"sizeSlug":"large"}

ସୋସିଆଲ ମିଡିଆରେ ଏହି ଫିଲ୍ମର ପୋଷ୍ଟର ମଧ୍ୟ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ରୋମାଣ୍ଟିକ୍‌ ପୋଜ୍‌ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି ହୋଇସାରିଛି। ଫିଲ୍ମରେ ଉଭୟଙ୍କର ସିଜ୍‌ଲିଂ କେମେଷ୍ଟ୍ରି ଦେଖିବାକୁ ମିଳିବ। ଫେବୃଆରୀ ମାସ ଭେଲେଣ୍ଟାଇନ୍‌ ଡେ ତଥା ୧୪ ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବ।

{"id":212486,"sizeSlug":"large"}

ସାରା-କାର୍ତ୍ତିକଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ୨୦୦୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ 'ଲଭ ଆଜ୍‌ କଲ୍‌'ର ସିକ୍ବାଲ ହେଉଛି ଏହି ଫିଲ୍ମ। ପୂର୍ବ ଫିଲ୍ମରେ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.