ଦୋକାନରେ କେହି ନଥିବାର ସୁଯୋଗ ନେଇ ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ…

Published By : Prameya-News7 Bureau | November 12, 2020 IST

ଭଦ୍ରକ ୧୨।୧୧: ମେଡିସିନ୍‌ ଦୋକାନରୁ ମୋବାଇଲ ଚୋରି କରୁଥିବା ବେଳେ ସିସିଟିଭିରେ କଏଦ ହେଲା ଚିତ୍ର । ଭଦ୍ରକ ଜିଲ୍ଲା ମେଡିକାଲ ପରିସରରେ ଥିବା ଏକ ମେଡିସିନ୍‌ ଷ୍ଟୋରରୁ ମୋବାଇଲ ଚୋରି ବେଳର ଦୃଶ୍ୟ କଏଦ ହୋଇଛି ।  

{"id":360455,"sizeSlug":"large"}

ଖବର ଅନୁଯାୟୀ, ଭଦ୍ରକ ମେଡିକାଲ ପରିସରରେ ଥିବା ମେଡ଼ିସିନ ଷ୍ଟୋରରୁ ମୋବାଇଲ ଚୋରି ହୋଇଥିଲା । ସେହିପରି କିଛି ଦିନ ତଳେ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲ ପରିସର ଗୋଟିଏ  ଔଷଧ ଦୋକାନରୁ ୨ଟି ମୋବାଇଲ ଚୋରି ହୋଇଥିଲା । ଚୋର କରୁଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।  ସିସିଟିଭିର ଫୁଟେଜରୁ ଚୋରକୁ ଚିହ୍ନଟ କରିବା ସହ  ଭଦ୍ରକ ଟାଉନ ପୋଲିସ ଚୋରକୁ ଗିରଫ କରିଥିବା ସୂଚନା ମିଳିଛି ।

ଭିଡିଓଟି ସୋସିଆଲ ମିଡ଼ିଆରେ  ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ଅନୁସାରେ , ଚୋର ଜଣକ ବହୁ ସମୟ ଅପେକ୍ଷା କରିବାର ଦେଖିବାକୁ ମିଳିଛି । ଦୋକାନର କର୍ମଚାରୀ ମାନେ ବିଶ୍ରାମ ନେଉଥିବା ବେଳେ ଦୋକାନ ସୋ କେଶ ଉପରେ ଚଢ଼ି , ମୋବାଇଲ ନେଇ ପଳାଇଯାଉଥିବା ବେଳର ଦୃଶ୍ୟ ସିସିଟିଭି ରେ କଏଦ ହୋଇଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.