ଗୁଜୁରାଟ୍‌ର ଏହି ବ୍ୟକ୍ତି ଗୋଡରେ ଦେଲେ ଭୋଟ୍, ୨୦ ବର୍ଷ ପୂର୍ବେ ହରାଇଥିଲେ ଦୁଇ ହାତ

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ ୦୮।୦୫: ହାତ ନ ଥିବା ଜଣେ ବ୍ୟକ୍ତି ଗୋଡ଼ରେ ଭୋଟ୍‌ ଦେଇ ଦେଶର ଜଣେ ସଚେତନ ଭୋଟର ଓ ନାଗରିକର କର୍ତ୍ତବ୍ୟ ପାଳନ କରିଛନ୍ତି । ଗତ ମଙ୍ଗଳବାର ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ ନିର୍ବାଚନମଣ୍ଡଳୀରେ ୩ୟ ପର୍ଯ୍ୟାୟ ମତଦାନ ହୋଇଥିଲା । ଏ ଅବସରରେ ଗୁଜରାଟର ଖେଡ଼ା ଜିଲ୍ଲାର ନାଦିଆଦ୍‌ ପୋଲିଂ ବୁଥ୍‌ର ମୁଖ୍ୟ ଆକର୍ଷଣ ଥିଲେ ଅଙ୍କିତ ସୋନି । ହାତ ନ ଥାଇ ସେ ଗୋଡ଼ରେ ଭୋଟ୍‌ ଦେଇଥିଲେ ।

 ଭୋଟ୍‌ ଦେବା ପରେ ସେ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ପୋଜ୍‌ ଦେଲେ ଏବଂ ଭୋଟ୍‌ ଦେବାକୁ ଲୋକଙ୍କୁ ଅନୁରୋଧ କରୁଥିବା କଥା କହିଲେ । ଚଷମା, ଶାର୍ଟ-ପ୍ୟାଣ୍ଟ୍‌ ପିନ୍ଧି ଭୋଟ୍‌ ଦେବାକୁ ଆସିଥିବା ଅଙ୍କିତ ୨୦ ବର୍ଷ ତଳେ ବିଦ୍ୟୁତ୍‌ ଆଘାତରେ ଦୁଇ ହାତ ହରାଇଥିଲେ । ଶିକ୍ଷକମାନଙ୍କ ଆଶୀର୍ବାଦରୁ ସେ ଏମ୍‌ବିଏ ଶେଷ କରିଥିବା କହିଥିଲେ । ଜଣେ ସଚେତନ ନାଗରିକ ଭାବେ ମତଦାନରେ ତାଙ୍କ ଯୋଗଦାନ ପ୍ରେରଣାର ସ୍ରୋତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.