ନାଲ୍-ବିକାନେର ଏୟାରଫୋର୍ସ ଷ୍ଟେସନ ନିକଟରୁ ଅଫୁଟା ମୋର୍ଟାର ଉଦ୍ଧାର

Published By : Prameya-News7 Bureau | April 03, 2019 IST

ବିକାନେର ୩|୪ : ଆଜି ରାଜସ୍ଥାନର ବିକାନେର ସହରଠାରୁ ପ୍ରାୟ ୧୩ କିଲୋମିଟର ଦୂର ବାୟୁସେନାର ନାଲ୍‌-ବିକାନେର ଏୟାରବେସ୍‌ ନିକଟରେ ଗୋଟାଏ ଅଫୁଟା ମୋର୍ଟାର ବୋମା ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଭାରତୀୟ ବାୟୁସେନା ଅଧିକାରୀ ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ପଞ୍ଜାବ ସୀମାନ୍ତରେ ପାକିସ୍ତାନର ୪ଟି ଏଫ୍‌-୧୬ ବିମାନ ଘଉଡାଇବାକୁ ଭାରତୀୟ ବାୟୁସେନା ତୁରନ୍ତ ସୁଖୋଇ-୩୦ ଓ ମିରେଜ୍‌ ୨୦୦୦ ବିମାନ ଉଡାଇ ଥିଲା। ପାକିସ୍ତାନୀ ଲଢୁଆବିମାନଗୁଡିକ ସହିତ ସର୍ଭିଲେନସ୍‌ ଡ୍ରୋନ୍‌ ମଧ୍ୟ ଥିଲା। ସମ୍ଭବତଃ ଏହା ସୀମାନ୍ତ ଅଞ୍ଚଳରେ ସୈନ୍ୟ ମୁତୟନ ହୋଇଥିବା ଭାତରୀୟ ସେନା ଠାବ କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.