ସ୍ବାଧୀନତା ଦିବସରେ କେଉଁ ମନ୍ତ୍ରୀ ଓ ଅଧିକାରୀ କେଉଁଠି କରିବେ ପତକାତ୍ତୋଳନ… ଜାଣନ୍ତୁ

Published By : Prameya-News7 Bureau | August 09, 2019 IST

ଭୁବନେଶ୍ବର୯|୮: ଆସନ୍ତା ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରଠାରେ ରାଜ୍ୟସ୍ତରୀୟ ପାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ ପତକାତ୍ତୋଳନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକଠାରେ ପତକାତ୍ତୋଳନ କରିବେ। ସେହିଭଳି ଅନୁଗୁଳ ଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ପତକାତ୍ତୋଳନ କରିବେ।ପୁରୀଠାରେ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, କେନ୍ଦ୍ରାପଡାଠାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଳାହାଣ୍ଡିରେ ଯୋଜନା ଓ ସମନ୍ବୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୟୁରଭଞ୍ଜରେ ନଗର ଉନ୍ନାୟନ ଓ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା, ଢେଙ୍କାନାଳରେ କୃଷି, ମତ୍ସ ସମ୍ପଦ ଓ ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସୁନ୍ଦରଗଡଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନମନ୍ତ୍ରୀ ସୁଦାମ ମାରାଣ୍ଡିି, କନ୍ଧମାଳରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶୁସାନ୍ତ ସିଂହ, ବଲାଙ୍ଗିରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପତକାତ୍ତୋଳନ କରିବେ।

{"id":142505}

ସେହିଭଳି ନୟାଗଡଠାରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ପତକାତ୍ତୋଳନ କରିବେ। ଅନୁସୂଚିତ ଜାତି, ଜନଜାତି ବିକାଶ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କେନ୍ଦୁଝରଠାରେ ପତକାତ୍ତୋଳନ କରିବେ।ସମ୍ବଲପୁରଠାରେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ବରଠାରେ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଯାଜପୁରଠାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ନବରଙ୍ଗପୁରଠାରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟଠାରେ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମାଲକାନଗିରିଠାରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ରାୟଗଡାଠାରେ ହସ୍ତତନ୍ତ, ବୟନ ଓ ହସ୍ତକଳା ମନ୍ତ୍ରୀ ପଦ୍ମିନୀ ଦିଆନ୍‌, ଗଜପତିରେ କ୍ରିଡା ଓ ଯୁବସେବା, ଇଲେକ୍ଟ୍ରୋନିକ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ପତକାତ୍ତୋଳନ କରିବେ।

{"id":142506}

ଅପରପକ୍ଷରେ ଭଦ୍ରକଠାରେ ରାଜସ୍ବ ପର୍ସଦର ସଦସ୍ୟ ଏବଂ ଖୋର୍ଦ୍ଧାଠାରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ପତକାତ୍ତୋଳନ କରିବେ।ସେହିଭଳି ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଉରକେଲାଠାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପତକାତ୍ତୋଳନ କରିବେ ।

{"id":142507}

 ବରଗଡଠାରେ ବରଗଡ ଜିଲ୍ଲାପାଳ, ଦେବଗଡଠାରେ ଦେବଗଡ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ, ଜଗତସିଂହପୁରଠାରେ ଜଗତସିଂହପୁର ଜିଲ୍ଲାପାଳ, ଝାରସୁଗୁଡାଠାରେ ଝାରସୁଗୁଡା ଜିଲ୍ଲାପାଳ, ନୂଆପଡାଠାରେ ନୂଆପଡା ଜିଲ୍ଲାପାଳ ଏବଂ ସୂବର୍ଣ୍ଣପୁରଠାରେ ସୂବର୍ଣ୍ଣପୁର ଦିଲ୍ଲାପାଳ ପତକାତ୍ତୋଳନ କରିବେ।

{"id":142535}
{"id":142536}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.