ପାକିସ୍ତାନର ଏହି ୫ ଜଣ ଅଭିନେତ୍ରୀ ଅଭିନୟ ବାବଦକୁ ଡିମାଣ୍ଡ କରନ୍ତି ଅଧିକ ଟଙ୍କା,୧ ନମ୍ବର ଅଛନ୍ତି ଏହି ଅଭିନେତ୍ରୀ

Published By : Prameya-News7 Bureau | October 06, 2019 IST

କରାଚି୬|୧୦: ୨୦୧୮ ମସିହାର ଅଧିକା ଟଙ୍କା ଡିମାଣ୍ଡ କରୁଥିବା  ଟପ୍‌ ୫ ଜଣ ପାକିସ୍ତାନୀ ଅଭିନେତ୍ରୀଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ମେହାବିଶ୍‌ ହୟାତ ରହିଛନ୍ତି। ମେହଓ୍ବିଶ୍‌ ଏକାଧାରାରେ ଜଣେ ଅଭିନେତ୍ରୀ ଓ ମଡେଲ। ୧୯୮୩ ମସିହା ଜାନୁଆରି ୬ ତାରିଖରେ ପାକିସ୍ତାନର କରାଚିରେ ତାଙ୍କର ଜନ୍ମ ହୋଇଥିଲା। ମେହଓ୍ବିଶ୍‌ କରାଚି ବିଶ୍ବବିଦ୍ୟାଳୟରେ ସେ ପାଠ ପଢ଼ା ଶେଷ କରିବା ପରେ ଗ୍ଲାମର ଦୁନିଆରେ ପାଦ ଥାପିଥିଲେ । ପ୍ରତି ଏପିସୋଡ୍‌ ପାଇଁ ମେହଓ୍ବିଶ୍‌ ୪୨୦୦ ଡଲାର ଡିମାଣ୍ଡ କରିଥାନ୍ତି।

୪- ୨୦୧୮ ମସିହାର ଅଧିକା ଟଙ୍କା ଡିମାଣ୍ଡ କରୁଥିବା  ଟପ୍‌ ୫ ଜଣ ପାକିସ୍ତାନୀ ଅଭିନେତ୍ରୀଙ୍କ ତାଲିକାର ଚତୁର୍ଥ ସ୍ଥାନରେ ସନମ ବଲୁଚ୍‌ଙ୍କ ନାଁ ରହିଛି। ୧୯୮୬ ମସିହା ଜୁଲାଇ ୧୪ ତାରିଖ​‌ରେ ପାକିସ୍ତାନର କରାଚିରେ ତାଙ୍କର ଜନ୍ମ ହୋଇଥିଲା।  ପାକିସ୍ତାନର ଟେଲିଭିଜନରେ ପ୍ରସାରିତ ବହୁ ଧାରାବାହିକରେ ସେ ଅଭିନୟ କରିଛନ୍ତି। ପ୍ରତି ଏପସୋଡ୍ ପାଇଁ ସୋନମ ୪୪୦୦ ଡଲାର ଡିମାଣ୍ଡ କରିଥାନ୍ତି।

୩- ୨୦୧୮ ମସିହାର ଅଧିକା ଟଙ୍କା ଡିମାଣ୍ଡ କରୁଥିବା  ଟପ୍‌ ୫ ଜଣ ପାକିସ୍ତାନୀ ଅଭିନେତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ଏନି ଜାଫରୀଙ୍କ ନାଁ ରହିଛି। ୧୯୮୧ ମସିହା ଜୁନ୍‌ ୯ ତାରିଖରେ ପାକିସ୍ତାନ କରାଚିରେ ତାଙ୍କର ଜନ୍ମ ହୋଇଥିଲା। ସେ ଟେଲିଭିଜନ ଓ ଫିଲ୍ମରେ ଅଭିନୟ କରିଛନ୍ତି। ପ୍ରତି ଏପିସୋଡ୍‌ ପାଇଁ ଏନି ଜାଫରୀ ୪୭୦୦ ଡଲାର ଡିମାଣ୍ଡ କରନ୍ତି।

୨- ୨୦୧୮ ମସିହାର ଅଧିକା ଟଙ୍କା ଡିମାଣ୍ଡ କରୁଥିବା  ଟପ୍‌ ୫ ଜଣ ପାକିସ୍ତାନୀ ଅଭିନେତ୍ରୀଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ସଜଲ ଅଲୀଙ୍କ ନାଁ ରହିଛି। ୧୯୯୪ ମସିହା ଜାନୁଆରି ୧୭ ତାରିଖରେ ପାକିସ୍ତାନରେ ତାଙ୍କର ଜନ୍ମ । ବିଭିନ୍ନ ଧାରା ବାହିକ ଓ ଫିଲ୍ମରେ ସେ ଅଭିନୟ  କରନ୍ତି। ପ୍ରତି ଏପିସୋଡ ପାଇଁ ସଜଲ ୪୮୦୦ ଡଲାର ଡିମାଣ୍ଡ କରନ୍ତି।

୧- ୨୦୧୮ ମସିହାର ଅଧିକା ଟଙ୍କା ଡିମାଣ୍ଡ କରୁଥିବା  ଟପ୍‌ ୫ ଜଣ ପାକିସ୍ତାନୀ ଅଭିନେତ୍ରୀଙ୍କ ତାଲିକାର ପ୍ରଥମ ସ୍ଥାନରେ ମହିରା ଖାନଙ୍କ ନାଁ ରହିଛି। ୧୯୮୪ ମସିହା ଡିସେମ୍ବର ୨୧ ତାରିଖରେ ପାକିସ୍ତାନର କରାଚିରେ ତାଙ୍କର ଜନ୍ମ ହୋଇଥିଲା। ବିଭିନ୍ନ ଟିଭି ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଅଭିନୟ ଅତି ସୁନ୍ଦର ତେଣୁ ପ୍ରତି ଏପିସୋଡ ପାଇଁ ମହିରା ୫୦୦୦ ଡଲାର ଡିମାଣ୍ଡ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.