ଆରମ୍ଭରୁ ଚମକାଇବେ ଲିପ୍‌ସା, ଆସୁଛି ‘ସାହାଣୀ ଘର କାହାଣୀ’

Published By : Prameya-News7 Bureau | December 29, 2021 IST

ଭୁବନେଶ୍ବର ୨୯।୧୨ : ଓଲିଉଡ ସୁନ୍ଦରୀ ଲିପ୍ସାଙ୍କଠୁ ଆରମ୍ଭ ହେବ ନୂତନ ବର୍ଷ । ସେ ସାଜିବେ ଓପନର୍‌ । ସେଥିପାଇଁ ସରିଛି ପ୍ରସ୍ତୁତି । କେବଳ ଅପେକ୍ଷା କେତେବେଳେ ସେ ମୈଦାନକୁ ଓହ୍ଲାଇବେ । ତାରିଖ ବି ଠିକ୍‌ ହୋଇସାରିଛି । ଆସନ୍ତା ୨୦୨୨ ଜାନୁଆରୀ ୨ତାରିଖ ରବିବାର ଦିନ ସନ୍ଧ୍ୟା ୬ଟାରେ ସେ ନେଇ ଆସୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ସାହାଣୀ ଘର କାହାଣୀ’ । ଯାହାକୁ ଦର୍ଶକମାନେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟରରେ ଜୀ ସାର୍ଥକରେ ଦେଖିବାକୁ ପାଇବେ । ଏଥିରେ ନାୟିକା ଲିପ୍ସାଙ୍କ ସାଥୀ ବନିଛନ୍ତି ଓଲିଉଡର ପ୍ରଯୋଜକ ତଥା ନାୟକ ବୁଲୁ ।

{"id":566488,"width":740,"height":529,"sizeSlug":"full","linkDestination":"none"}

ସେହିପରି ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱେତା, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ଗୁଡ୍ଡୁଙ୍କ ଭଳି କଳାକାରମାନଙ୍କୁ ଦେଖିବାକୁ ମିଳିବ । ତେବେ କେତେବେଳେ ରଙ୍ଗିଲା ବୋହୂ ପୁଣି କେତେବେଳେ ଅଦ୍ଧାଙ୍ଗିନୀ ହୋଇ ପରଦାରେ ନଜର ଆସୁଥିବା ଲିପ୍ସା ଏଥର କି ଚରିତ୍ରରେ ଦେଖାଦେବେ ତାହା ସମୟ କହିବ । କିନ୍ତୁ ତା’ ପୂର୍ବରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କାରଣ ନୂଆବର୍ଷର ଶୁଭମୁକ୍ତି ତାଙ୍କରି ପାଖରୁ ଆରମ୍ଭ ହେଉଛି । ସେ ବି ସିନେମାକୁ ନେଇ ବେଶ୍‌ ଆଶାବାଦୀ । ତାଙ୍କର କହିବା କଥା, ସିନେମା ଭଲ ହେବ ସହ ବର୍ଷଟି ବହୁତ ଭଲରେ ଭଲରେ କଟୁ । ଓଲିଉଡ ଆହୁରି ଆଗକୁ ଯାଉ । ସମସ୍ତେ ଖୁସିରେ ରୁହନ୍ତୁ । ଓଡ଼ିଆ ସିନେମା ପ୍ରତି ନିଜର ଶ୍ରଦ୍ଧା ଓ ଭଲପାଇବା ଏବଂ ସମର୍ଥନ ଦେଇ ଚାଲନ୍ତୁ । ବର୍ତ୍ତମାନ ସିନେମାର ପ୍ରମୋ ବାଜୁଥିଲା ବେଳେ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.