Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଘେରି ଯାଇଥିଲେ ସିଂହ, କିନ୍ତୁ ଲମ୍ଫ ମାରିଲା ମଇଁଷି, ଶିକାର ଓ ଶିକାରୀଙ୍କ ଦୌଡରେ ଜିତିଲା କିଏ ? ସୋସିଆଲ ମିଡିଆରେ ଭିଡିଓ ଜିଣିଲା ମନ

29/05/2020 at 7:49 PM

ନୂଆଦିଲ୍ଲୀ, ୨୯|୦୫: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଏପରି କିଛି ଭିଡିଓ ୟୁଜରଙ୍କୁ ଆକୃଷ୍ଟ କରିଥାଏ । ୟୁଜର ଏହାକୁ ଲାଇକ୍ ଓ ସେୟାର କରିଥାନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହା ବନ୍ୟଜନ୍ତୁଙ୍କ ଉପରେ ଆଧାରିତ । ଏହି ଭିଡିଓରେ କିଛି ସିଂହ ଏକ ଓ୍ୱାଇଲ୍ଡ୍ ବିଷ୍ଟ୍ ବା ବଣ ମଇଁଷି ଶିକାର କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ଭିଡିଓରେ ଏପରି କିଛି ଅଛି ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି ।

ଏହି ଭିଡିଓରେ ବଣ ମଇଁଷିଟି ଏକ ନଦୀ କୂଳକୁ ପାଣି ପିଇବାକୁ ଯାଉଛି । ସେହି ସମୟରେ କିଛି ସିଂହ ତାକୁ ଶିକାର କରିବା ପାଇଁ ଜଗି ରହିଛନ୍ତି । ଏହି ସମୟରେ ଏପରି କିଛି ଘଟୁଛି ଯେଉଁଥିପାଇଁ ବଣ ମଇଁଷିଟି ଶିକାରୀଙ୍କ କବଳକୁ ଖସି ଯାଉଛି ।ସିଂହମାନେ ଆକ୍ରମଣ କରୁଥିବା ବେଲେ ବଣ ମଇଁଷିଟି ସିଂହଙ୍କୁ ଚକମା ଦେଇ ହରିଣ ଭଳି ପାଣି ଭିତରକୁ ଲମ୍ଫ ପ୍ରଦାନ କରି ସେଠାରୁ ପଳାଇଯାଉଛି ।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି । ତେବେ ବଣ ମଇଁଷିଟି ଖସିଯିବା ପରେ ମଧ୍ୟ ତିନୋଟି ସିଂହ ତାକୁ ଗୋଡାଉଛନ୍ତି । କିନ୍ତୁ ବଣ ମଇଁଷିଟି ଦ୍ରୁତ ଗତିରେ ପଳାଉଛି । ଏହି ୧୮ ସେକେଣ୍ଡର ଭିଡିଓକୁ ୟୁଜରମାନେ ବହୁ ମାତ୍ରାରେ ସେୟାର କରିଛନ୍ତି । ଏହାସହ ଲାଇକ୍ ଓ କମେଣ୍ଟ ମଧ୍ୟ କରିଛନ୍ତି ।

   Related Posts