ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାରଙ୍କ ଚିଠି...

Published By : Prameya-News7 Bureau | August 25, 2020 IST

ପୁରୀ୨୫/୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରର ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଇନ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।  ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଅଳଙ୍କାରର ଅନୁଧ୍ୟାନ ଓ ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସେହି ଅନୁସାରେ ସରକାର ପଦକ୍ଷେପ ନେଇଛନ୍ତି ।

ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଚିଠି  । ବହୁ ବିବାଦ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରର ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଏ ନେଇ ଆଇନ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଅଳଙ୍କାରର ଅନୁଧ୍ୟାନ ଓ ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଦିଲ୍ଲୀପ କୁମାର ବରାଳ ଓ ଦୁର୍ଗାପ୍ରସାଦ ମହାପାତ୍ର ନାମକ ଦୁଇଜଣ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।  ସେମାନଙ୍କର ଆବେଦନ ଆଧାରରେ ରାଜ୍ୟ ଆଇନ ବିଭାଗ ଗତ ୧୮ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିବା ସହ ଉଭୟ ବିଭାଗ ଓ ଆବେଦନକାରୀଙ୍କୁ ଅବଗତ କରାଇବାକୁ କହିଛନ୍ତି।

ପୂର୍ବରୁ ରତ୍ନଭଣ୍ଡା ଖୋଲାଯିବନି ଓ ଶ୍ରୀନ୍ଦିରରେ କଣ ରତ୍ନ ଅଛି ତାହା ବି ଯାଞ୍ଚ ହେବନି ବୋଲି ରାଜ୍ୟ ସରକାର କହିଥିଲେ। ଏଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ରୋକଠୋକ ଶୁଣାଇଥିଲେ ଆଇନମନ୍ତ୍ରୀ ।  ୧୯୭୮ରେ ରତ୍ନଭଣ୍ଡାରର ତାଲିକା କରାଯାଇଥିବା ସୁନା ରୂପା ଆଦି ସାମଗ୍ରୀ ସୁରକ୍ଷିତ ଅଛି  । ତେଣୁ ତାର ଆଉ ଯାଞ୍ଚର ଆବଶ୍ୟକ ନାହିଁ ବୋଲି କହିଥିଲେ । ୧୯୮୫ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା । ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରରେ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ମଶାଇ ମୋଟ୍‌ ୪୫୪ ଟି ଥିବା ବେଳେ ୧୨୮୩୮ ଭରି ମୂଲ୍ୟବାନ ପଥର, ୨୩୬ ଗୋଟି ରୂପା ଅଳଙ୍କାର, ୧୮୮୧୫ ପଥର,୮ ଗୋଟି ସୁନାମୂର୍ତ୍ତି, ୬ଗୋଟି ରୂପା ବାସନ ଓ ମୂର୍ତ୍ତି ଥିବା ଦର୍ଶାଇଥିଲେ ।

ହେଲେ ବିରୋଧୀ ସରକାରଙ୍କ ଏଭଳି କଥାକୁ ଗ୍ରହଣ କରିନଥିଲେ । ରତ୍ନ ଭଣ୍ଡା ଖୋଲା ନଗଲେ ଶ୍ରୀମନ୍ଦିରର ଅଳଙ୍କାର ତାଲିକା କେମିତି ପ୍ରକାଶ ପାଇବ ସେନେଇ ପ୍ରଶ୍ନ ଉଠାିଥିଲେ । ସୁପ୍ରିମ୍‌କୋର୍ଟ ବି ଶ୍ରୀମନ୍ଦିର ସଂପତ୍ତିର ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସରକାର ସେହି ପୁରୁଣା ତାଲିକା ଦେଇଥିଲେ । ରତ୍ନଭଣ୍ଡାର ଚାବି ହଜିବା ନେଇ ସେତେବେବେଳେ ରଘୁବର ଦାସ କମିଶନ ବି ବସିଥିଲା।  ଏବେ ରାଜ୍ୟ ସରକାର ରତ୍ନଭଣ୍ଡାର ଅନୁଧ୍ୟାନ  ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବା ପରେ ମନ୍ଦିର ପ୍ରଶାସନ ଏନେଇ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.