ଓଜନ କମିବା ପାଇଁ ସବୁଦିନ ଲେମ୍ବୁପାଣି ପିଉଛନ୍ତି କି : ତେବେ ହୋଇଯାଆନ୍ତୁ ସାବଧାନ : ହୋଇପାରେ ଏହିସବୁ ଅସୁବିଧା

Published By : Prameya-News7 Bureau | January 17, 2019 IST

ଯଦି ଆପଣ ସକାଳେ ଲେମ୍ବୁପାଣି ପିଉଥାନ୍ତି ତେବେ ଏହାର କୁପ୍ରଭାବ ବିଷୟରେ ଜାଣିଲେ ଆପଣ ପିଇବା ବନ୍ଦ କରିଦେବେ। ଅଧିକାଂଶ ଲୋକେ ଖରାଦିନେ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ। ଏଥିପାଇଁ ଲେମ୍ବୁ ପାଣି ନିୟନ୍ତ୍ରିତ ମାତ୍ରାରେ ପିଇବା ଉଚିତ୍। ଏହାଦ୍ବାରା ଆପଣଙ୍କୁ ଲାଭ ମିଳିବ।

ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ, ଯାହାଦ୍ବାରା ଆମ ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ। ଲେମ୍ବୁ ପାଣି ପିଇବା ପାଇଁ ଗିଲାସ ପରିବର୍ତ୍ତେ ଷ୍ଟ୍ର ର ବ୍ୟବହାର କରିବେ। ଏହା ଦ୍ବାରା ଆମ ଦାନ୍ତ କ୍ଷତିଗ୍ରସ୍ତ ହେବନାହିଁ।

କେତେକ ଲୋକେ ନିଜ ମୁହଁରେ ଲେମ୍ବୁରସ ଲଗାନ୍ତି ଯାହା ଦ୍ବାରା ତ୍ବଚାର ଚମକ ବଢ଼ିଥାଏ। ଯେଉଁମାନଙ୍କ ଅମ୍ଳପିତ୍ତ ସମସ୍ୟା ରହିଥାଏ,ସେମାନେ ଲେମ୍ବୁ ପାଣି ପିଇବା ଅନୁଚିତ୍। ଏହା ଦ୍ବାରା ଆପଣ ପେଟ ସମସ୍ୟା ଭୋଗିପାରନ୍ତି ଏବଂ ଖଟା ହାକୁଟି ସମସ୍ୟା ହୋଇପାରେ।

ଯେଉଁମାନଙ୍କୁ ଅଲସର୍ ହୋଇଥାଏ, ସେମାନେ ଲେମ୍ବୁ ଖାଇବା ଅନୁଚିତ୍। ଯେଉଁ ଲୋକମାନେ ଖାଦ୍ୟ ଖାଇସାରିବା ପରେ ଲେମ୍ବୁ ପାଣି ପିଇ ଖାଦ୍ୟ ହଜମ କରିବାର ଅଭ୍ୟାସ ଅଛି ସେମାନେ ଏହି ଅଭ୍ୟାସକୁ ଆଜିଠାରୁ ଛାଡ଼ିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ପେଟ ଖରାପ ହୋଇପାରେ। ଲେମ୍ବୁକୁ ଖାଦ୍ୟରେ ମିଶାଇ ଖାଇ ପାରିବେ। ଆପଣ ଚାହିଁଲେ ଲେମ୍ବୁ ଆଚାର ମଧ୍ୟ ଖାଇପାରିବେ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଲେମ୍ବୁ ଖାଇଲେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.