ସ୍କାଉଟସ୍ ଓ ଗାଇଡସ୍‌ର ଦୁଃସାହାସିକ ସାଇକେଲ ଚାଳନା ଏବଂ ପର୍ବତାରୋହଣ କାର୍ଯ୍ୟକ୍ରମର ଶୁଭାରମ୍ଭ

Published By : Prameya-News7 Bureau | November 29, 2021 IST

ଆଠଗଡ ୨୯।୧୧: ସ୍କାଉଟସ୍  ଓ ଗାଇଡସ୍‌ର ଦୁଃସାହାସିକ ପ୍ରଦର୍ଶନ। କମିଟି  ଅଧ୍ୟକ୍ଷ  ସ୍ଵାଧୀନ ପଣ୍ଡା ଅଧ୍ୟକ୍ଷତାରେ ସ୍ଥାନୀୟ ଆଠଗଡ଼ ଚାନ୍ଦବାଲି ଛକ ହନୁମାନ ମନ୍ଦିର  ଠାରୁ ଏକ ଦୁଃସାହାସିକ ସାଇକେଲ ଚାଳନା ଏଵଂ ପର୍ବତାରୋହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଠଗଡ଼ ବନଖଣ୍ଡ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସବୁଜ ପତାକା ଦେଖାଇ ଦୁଃସାହାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ  କରିଥିଲେ।  ଯୁବ ରେଡ କ୍ରସ୍  ଗାଇଡସ୍ ଓ  ସ୍କାଉଟ୍ସଙ୍କ ସମେତ ମୋଟ୍ ୧୩୦ ଜଣ ଅଭିଯାତ୍ରୀ ଯୋଗ ଦେଇଥିଲେ । ଯୁବ ବର୍ଗଙ୍କ ମଧ୍ୟରେ ଦୁଃସାହାସିକ ଭାବନା ଉଜ୍ଜୀବିତ କରିବା ପାଇଁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.