ପ୍ରସିଦ୍ଧ ଦିବଂଗତ ସଙ୍ଗୀତକାରଙ୍କ ପତ୍ନୀ ଜଗଜିତ୍ କୌରଙ୍କ ପରଲୋକ,୯୩ ବର୍ଷରେ ଦୁନିଆକୁ ଦେଲେ ବିଦାୟ

Published By : Prameya-News7 Bureau | August 16, 2021 IST

ନୂଆଦିଲ୍ଲୀ ୧୬/୦୮ : ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ସଂଗୀତଜ୍ଞ ଖୟାମଙ୍କ ପତ୍ନୀ ଜଗଜିତ୍ କୌରଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଗତକାଲି ଅଗଷ୍ଟ ୧୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେପିଜି ଟ୍ରଷ୍ଟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖୟାମ ଏବଂ ତାଙ୍କ ପତ୍ନୀ ଜଗଜିତ୍ କୌରଙ୍କ ଦ୍ୱାରା ଏହି ଟ୍ରଷ୍ଟ ସ୍ଥାପିତ କରାଯାଇଥିଲା ।

{"width":636,"height":285}
PunjabKesari

ସୂଚନା ଅନୁଯାୟୀ, ଜଗଜିତ୍ କୌରଙ୍କ ଅନ୍ତିମ ସଂସ୍କାର ଭିଲ୍ ପାର୍ଲେ ରୋଡ୍ ସ୍ଥିତ ପୱନ୍ ହଂସ ଶ୍ମଶାନରେ କରାଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଗଜିତ୍ କୌର ପରିବାରରେ ଏକୁଟିଆ ଥିଲେ।

{"width":640,"height":480}
Khayyam And Jagjit Kaur

ସଂଗୀତଜ୍ଞ ଖୟାମଙ୍କର ଅଗଷ୍ଟ ୧୯, ୨୦୧୯ ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କୁ ୯୨ ବର୍ଷ ହୋଇଥିଲା। ଏହି ଦମ୍ପତିଙ୍କର ଏକ ପୁଅ ପ୍ରଦିପ ଥିଲେ, ଯିଏକି ୨୦୧୨ ରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.