ଲ୍ୟାଣ୍ଡମାଇନ ବିସ୍ଫୋରଣ, ବିଏସଏଫ ଯବାନ ଗୁରୁତର

Published By : Prameya-News7 Bureau | February 21, 2021 IST

ମାଲକାନଗିରି,୨୧/୦୨:   ମାଲକାନଗିରି ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି । କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନଟି ବିସ୍ଫୋରଣ ହୋଇଥିଲା । ଫଳରେ ଯବାନଜଣଙ୍କ ଗୁରୁତର ହୋଇପଡିଥିଲେ ।

ସୂଚନାନୁସାରେ, ରବିବାର ଜିଲ୍ଲାର କୋଗା ଜଙ୍ଗରେ ବିଏସଏଫ ଯବାନମାନେ କମ୍ବିଂ ଅପରେସନ କରୁଥିଲେ । ଅପରେସନ ବେଳେ ଏକ ଲ୍ୟାଣ୍ଡମାଇନକୁ ମାଓବାଦୀମାନେ ବିସ୍ଫୋରଣ କରିଥିଲେ । ଏଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.