ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଣ୍ଣୟ
3/09/2018 at 2:46 PM

ସମ୍ବଲପୁର ୩/୯ : ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ, ସେପ୍ଟେମ୍ବର ୧୪ ତାରିଖ ଦିନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ | ସେଥିପାଇଁ ଆଜି ହେବ ଲଗ୍ନ ନିର୍ଧାରଣ | ସମ୍ବଲପୁରର ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ଠାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ଦିନ ୩ ଟା ବେଳେ ଲଗ୍ନ ନିର୍ଣ୍ଣୟ କରିବେ | ଏହି ନିର୍ଣ୍ଣୟ ଅନୁସାରେ ପଶ୍ଚିମ ଓଡିଶାର ୧୦ ଜିଲ୍ଲାର ପ୍ରାୟ ୨ କୋଟି ଲୋକ ଏକ ସମୟରେ ନବାନ୍ନ ଖାଇବେ |