ମ୍ୟାଗାଜିନ୍ ପାଇଁ ନ୍ୟୁଡ୍ ଫଟୋ ଶୁଟ୍ କଲେ ଲେଡି ଗାଗା ...

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩।୧୧ : ଆମେରିକୀୟ ପପ୍‌ ସିଙ୍ଗର ଲେଡି ଗାଗାଙ୍କ ସାହସିକତା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଷ୍ଟେଜ୍‌ରେ ତାଙ୍କର ସାହସିକତାର ପ୍ରଦର୍ଶନ ସମସ୍ତଙ୍କୁ ପାଗଳ କରିଦିଏ । ହେଲେ ବର୍ତ୍ତମାନ ଲେଡି ଗାଗା ଭୋଗ ମ୍ୟାଗାଜିନ ପାଇଁ ନ୍ୟୁଡ୍‌ ପୋଜ୍ ଦେଇ ଫଟୋ ଶୁଟ୍‌ କରିଛନ୍ତି । ଏହି ଫଟୋଶୁଟରେ ଲେଡି ଗାଗା ସମ୍ପୂର୍ଣ୍ଣ ଭିନ୍ନ ଦେଖା ଯାଉଛନ୍ତି ।

ଭୋଗ୍ ମ୍ୟାଗାଜିନ୍ ପାଇଁ ଲେଡି ଗାଗା ଏକ ନ୍ୟୁଡ୍‌ ଫଟୋଶୁଟ୍ କରିଛନ୍ତି । ତାଙ୍କର ଏହି ଫଟୋ vogueItalia ରେ ସେୟାର କରାଯାଇଛି । ଏହି ଫଟୋରେ ଲେଡି ଗାଗାଙ୍କ ଶରୀରର ଟାଟୁ ମଧ୍ୟ ଦେଖିବାକୁ ମିଳେ । ଭୂମିରେ ତଳେ ଶୋଇଥିବା ବେଳେ ଏହି ଫଟୋସୁଟ୍ କରିଛନ୍ତି। ଏହି ମୋନୋକ୍ରୋମ ଫଟୋରେ ଲେଡି ଗାଗାଙ୍କର ସୁନ୍ଦର ଆଖି ମେକ୍ଅପ୍ ଏବଂ ହେୟାର ଷ୍ଟାଇଲ୍ ଅଧିକ ଆକର୍ଷଣୀୟ ଲାଗୁଛି ।

wp:html
/wp:html

ଷ୍ଟିଭେନ୍ ମାଇସେଲଙ୍କ ଦ୍ବାରା କଏଦ ହୋଇଥିବା ଏହି ଫଟୋଶୁଟରେ ଲେଡି ଗାଗାର ହେୟାରଷ୍ଟାଇଲ୍ ଗୁଇଡୋ ପାଲାଉ ଏବଂ ପ୍ୟାଟ୍ ମ୍ୟାକ୍ ଗ୍ରାଥ୍ ଦ୍ୱାରା ମେକଅପ୍ କରାଯାଇଥିଲା। ଲେଡି ଗାଗାର ଏହି ଫଟୋଶୁଟ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଅନ୍ୟପଟେ ଲେଡି ଗାଗାର ଆଉ କିଛି ଫଟୋ ମଧ୍ୟ ଭୋଗର କଭରରେ ଆସିଛି । ଯେଉଁଥିରେ ତା’ର ଫ୍ୟାଶନେବଲ୍ ଲୁକ୍ରେ ଦେଖିବାକୁ ମିଳିଛି । ତେବେ ଏହି ମ୍ୟାଗାଜିନ୍‌ ଡିସେମ୍ବରରେ ପ୍ରକାଶ ପାଇବ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.