ବିଜେଡିରେ ମିଶିଲେ କୋରେଇର ବିଜେପି ନେତା ଆଲେକ୍ସଜେଣ୍ଡର ଦାସ

Published By : Prameya-News7 Bureau | May 08, 2024 IST

ଭୁବନେଶ୍ବର ୮।୫: ବିଜେଡିରେ ମିଶିଲେ କୋରେଇର ବିଜେପି ନେତା । କୋରେଇ ବିଜେପି ନେତା ଆଲେକ୍ସଜେଣ୍ଡର ଦାସ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଅନେକ ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । କୋରେଇ ପାଇଁ ବଡ଼ ବାର୍ତ୍ତା ଯାଉଛି । 

୨୦୨୪ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡି ବହୁ ମାତ୍ରରେ ଜୟ ଯୁକ୍ତ ହେବ । ଯାଜପୁର ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେଡି ବିପୁଳ ମାତ୍ରାରେ ବିଜୟୀ ହେବ । ମୋତେ ପାଠ ପଢ଼ାଇଥିବା ମୋ ଗୁରୁ ସସ୍ମିତ ପାତ୍ରଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହେଲି ମୋ ସୌଭାଗ୍ୟ । କ୍ଷୋଭର ସହ ବିଜେପି ଛାଡି ବିଜେଡିରେ ସାମିଲ ହେଲୁ । ୧୨ ବର୍ଷରୁ ଉର୍ଦ୍ଧ୍ବ ବିଜେପିରେ ରାଜନୀତି ଆରମ୍ଭ କରିଥିଲି । କୋରେଇରେ ବିଜେପି ପତାକା ମାରିବା ପାଇଁ ସମ୍ଭବ ହେଉନଥିଲା । ଯେଉଁମାନେ ଦଳ ପାଇଁ କାମ କରିଥିଲେ ସେମାନଙ୍କୁ ଭୁଲିଗଲା ଦଳ । ରାତି ଅଧିଆ ଲୋକଙ୍କୁ ମିଶାଇ ଟିକେଟ ଦେଲା ବିଜେପି । 

୨୦୧୯ ନିର୍ବାଚନ ପରେ ଯାଜପୁର ଜିଲ୍ଲାର ସଭାପତି ଗୌତମ ରାୟଙ୍କ ବ୍ୟକ୍ତିଗତ ଆକ୍ରୋଶ ଯୋଗୁ ମତେ ୫ ବର୍ଷ ଦଳର କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ ତଥାପି ଦଳ ପାଇଁ କାମ କରୁଥିଲି । ଯେତବେଳେ ଟିକେଟ ପାଇଁ ଦାବିଦାର ଥିଲି ଅଭିନେତାଙ୍କୁ ମିଶାଇ ଟିକେଟ ଦେଲେ । ନିଜ ସ୍ୱାର୍ଥ ପାଇଁ ଦଳ ଛାଡି ଟିକେଟ ହାତେଇଛନ୍ତି । କୋରେଇରେ ବିଜେଡିର ଏକ ତରଫା ବିଜୟ ହେବ । କୋରେଇ ବିଜେଡି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସଙ୍କୁ ବିଶାଳ ସମ୍ବର୍ଦ୍ଧନା ସଭା ହେଉଛି । ଆମେବି ସାମିଲ ହେବୁ । ସାରା ଓଡ଼ିଶାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବିକାଶରେ ସାମିଲ ହେବା ପାଇଁ ବିଜେଡିରେ ସାମିଲ ହେଲି । ଯାଜପୁରର ବିକାଶ ପୁରୁଷ, ତ୍ୟାଗୀ ମଣିଷ ବବି ଭାଇଙ୍କ ନେତୃତ୍ୱକୁ ଆହୁରି ସୁଦୃଢ କରିବୁ । କୋରେଇ ଦେଖିବ ମହା ବିକାଶ ।

You Can Read :

ବିଜେପି ଛାଡି ବିଜେଡିରେ ଯୋଗଦେଲେ ଅଭିନେତା ଅଖିଳ ପଟ୍ଟନାୟକ 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.