କେନ୍ଦ୍ର ବଜେଟ୍ ୨୦୨୨କୁ ନେଇ ଜାଣନ୍ତୁ କ’ଣ ଆଶା କରନ୍ତି ଲୋକେ, ସରକାରୀ କର୍ମଚାରୀ ଚାହୁଁଛନ୍ତି କ’ଣ?

Published By : Prameya-News7 Bureau | January 24, 2022 IST

ନୂଆଦିଲ୍ଲୀ ୨୪।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୨ରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। କରୋନା ତୃତୀୟ ଲହରରେ ୨୦୨୨-୨୩ ବର୍ଷ ନିମନ୍ତେ ସଂସଦରେ ଉପସ୍ଥାପିତ ହେବାକୁ ଥିବା ଏହି ବଜେଟକୁ ନେଇ ସାରା ଦେଶର ଆକାଙକ୍ଷା ଏବେ ବଢ଼ି ବଢ଼ି ଚାଲିଛି। ସାଧାରଣ ଲୋକ ହେଉ ଅଥବା ବ୍ୟବସାୟୀ ସରକାରୀ କର୍ମଚାରୀ ହେଉ କି ଘରୋଇ ସମସ୍ତଙ୍କ ଅପେକ୍ଷା ଏବେ ୨ ଫେବୃଆରୀକୁ। ଏଥିରେ ସମସ୍ତଙ୍କର ଗୋଟିଏ ଆଶା କୋଭିଡ-୧୯ ତୃତୀୟ ଲହର କାଳରେ ଦେଶର ଅର୍ଥନୀତିକୁ ପ୍ରଗତିଶୀଳ କରୁ ବଜେଟ୍।

ତେବେ କେନ୍ଦ୍ର ବଜେଟକୁ ନେଇ ସବୁଠୁ ବୋଶି ଆଶାବାଦୀ ଅଛନ୍ତି ସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ। ହୁଏତ ଏଥର ବଜେଟ୍‌ରେ ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ସବୁଜ ପତାକା ଦେଖାଇପାରନ୍ତି ବୋଲି ଆକଳନ କରୁଛନ୍ତି। ଶେଷ ଥର ୨୦୧୬ ମସିହାରେ ସରକାର ଫିଟମେଣ୍ଟ ଫ୍ୟାକ୍ଟର କାର୍ଯ୍ୟକାରୀ କରିଥିଲେ। ଫଳରେ କର୍ମଚାରୀଙ୍କ ମୂଳ (ବେସିକ) ବେତନ ୬ ହଜାର ଟଙ୍କାରୁ ବଢି ୧୮ ହଜାର ହୋଇଥିଲା।

{"id":578797,"width":839,"height":1487,"sizeSlug":"full","linkDestination":"none"}

ଏବେ କର୍ମଚାରୀଙ୍କ ଡିଏ ମୂଳ ବେତନର ୩୧ ପ୍ରତିଶତରେ ପହଞ୍ଚିଗଲାଣି। ଏଣୁ ହୁଏତ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ସରକାର ନଜର ପକାଇପାରନ୍ତି ବୋଲି ଆକଳନ କରାଯାଉଛି। ଯଦି ସରକାର ଫିଟମେଣ୍ଟ ଫ୍ୟାକ୍ଚର ଆକଳନ କରନ୍ତି ତେବେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ବେତନ ୧୮ରୁ ୨୬ ହଜାରକୁ ବୃଦ୍ଧି ହେବ। ଫଳରେ କର୍ମଚାରୀଙ୍କ ବେତନ ବୃଦ୍ଧି ସହ ସେମାନଙ୍କ ସମାଜିକ ଓ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିପାରିବ।

ମୂଳ ବେତନ ବୃଦ୍ଧି ହେଲେ କର୍ମଚାରୀଙ୍କ ଡିଏ ( ମହଙ୍ଗା ଭତ୍ତା) ମଧ୍ୟ ସେହି ଅନୁପାତରେ ବଢିବ। ତେବେ କେବଳ ସରକାରୀ କର୍ମଚାରୀ ନୁହନ୍ତି ବ୍ୟବସାୟୀ ଓ କରଦାତା ମଧ୍ୟ ୨୦୨୨-୨୩ ବଜେଟରୁ ଅନେକ କିଛି ଆଶା କରନ୍ତି। ସେମାନେ ସେମାନଙ୍କ ଆକାଙକ୍ଷା ପତ୍ର ମାଧ୍ୟମରେ ନିର୍ମଳାସୀତାରମଣଙ୍କୁ ଲେଖି ଜଣାଛନ୍ତି। ତେବେ ସଂସଦରେ ନିର୍ମଳା ତାଙ୍କ ବଜେଟ୍ ମୁଣିରୁ କଣ କାଢୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.