ସିନ୍ଦୁର ଭଗବାନ ଶ୍ରୀ ହନୁମାନଙ୍କ ଅତିପ୍ରିୟ : କାହିଁକି ହନୁମାନଙ୍କୁ ସିନ୍ଦୁର ଅର୍ପଣ କରାଯାଏ ଜଣାନ୍ତୁ

Published By : Prameya-News7 Bureau | May 28, 2019 IST

ଭୁବନେଶ୍ୱର ୨୮/୫ : ରାମଭକ୍ତ ଶ୍ରୀ ହନୁମାନଙ୍କ ସହ ଜଡିତ ଅନେକ ରୋଚକ ତଥ୍ୟ ଶୁଣିବାକୁ ମିଳିଥାଏ । ସିନ୍ଦୁର ହନୁମାନଙ୍କ  ବହୁତ ପ୍ରିୟ । ହନୁମାନଙ୍କୁ ସିନ୍ଦୁର ଅର୍ପଣ କଲେ ହନୁମାନ ବହୁତ ପ୍ରସନ୍ନ ହୁଅନ୍ତି ଏବଂ ସମସ୍ତ ମନୋସ୍କାମନା ପୁର୍ଣ ହୁଅ ବୋଲି ବିଶ୍ୱାସ ରହିଛି । ଯଦି ଆପଣ ମଙ୍ଗଳବାର ଦିନ ହନୁମାନଙ୍କ ବ୍ରତ ପାଳନ କରିବେ, ପୂଜା କରିବା ସମୟରେ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବେ ତାହେଲେ ଆପଣଙ୍କ ସମସ୍ତ ସଙ୍କଟ ଦୂର ହୋଇଯିବ ଏବଂ ଆପଣ ସବୁ କାମରେ ସଫଳ ହାସଲ କରିବେ ।

{"id":116947}

ହନୁମାନ ଭଗବାନଙ୍କୁ ସିନ୍ଦୁର ଅର୍ପଣ କରିବାନେଇ ରାମାୟଣରେ ଏକ ବିଶ୍ୱାସ ରହିଛି । ଥରେ ଶ୍ରୀ ହନୁମାନ ମାତା ସୀତାଙ୍କୁ ସିନ୍ଦୁର ଲଗାଇବାବେଳେ ଦେଖିଥିଲେ । ସେ ସୀତାଙ୍କୁ ଯାଇ ପ୍ରଶ୍ନ କରିଥିଲେ ଯେ ସେ ନିଜ ମଥାରେ ସିନ୍ଦୁର କାହିଁକି ଲଗାନ୍ତି । ମାତା ସୀତା ହନୁମାନଙ୍କ ପ୍ରଶ୍ନ ଶୁଣି ହସି ଦେଇଥିଲେ । ସୀତା ଉତ୍ତର ଦେଇଥିଲେ ଯେ, ସିନ୍ଦୁର ଲଗାଇଲେ ତାଙ୍କ ସ୍ୱାମୀ ଦୀର୍ଘାୟୁ ହେବେ ଏବଂ ତାଙ୍କ ପ୍ରତି ପ୍ରସନ୍ନ ହେବେ ।

{"id":116949}

ମାତା ସୀତାଙ୍କ କଥା ଶୁଣି ହନୁମାନ ମନେ ମନେ ବହୁତ ପ୍ରସନ୍ନ ହେଲେ । ସେ ଭାବିଲେ, ମାତା ସୀତା ଟିକିଏ ସିନ୍ଦୁର ଲଗାଇବା ଦ୍ୱାରା ପ୍ରଭୁ ଶ୍ରୀରାମ ତାଙ୍କ ଉପରେ ପ୍ରସନ୍ନ ହେଉଛନ୍ତି ଏବଂ ଦୀର୍ଘାୟୁ ହେଉଛନ୍ତି । ତା'ହେଲେ ସେ ନିଜର ପୁରା ଶରୀରରେ ସିନ୍ଦୁର ଲଗାଇ ନିଜ ପ୍ରଭୁଙ୍କୁ ଅମର ଅବିନାଶୀ କରିଦେବେ ।

{"id":116950,"align":"center","width":581,"height":369}

ହନୁମାନଙ୍କ ମନରେ ଏହି ଭାବନା ଆସିବା ପରେ ସେ ନିଜର ପୁରା ଶରୀରରେ ନାଲି ସିନ୍ଦୁର ବୋଳି ପକାଇଲେ ଏବଂ ଭଗବାନ ଶ୍ରୀରାମଙ୍କ ଦରବାରରେ ପହଞ୍ଚିଲେ । ହନୁମାନଙ୍କ ଏହି ରୁପ ଦେଖି ଭଗବାନ ଶ୍ରୀରାମ ହସି ପକାଇଲେ । ସେ ମନେ ମନେ ବହୁତ ପସନ୍ନ ମଧ୍ୟ ହେଲେ । ଏହି ଘଟଣା ପରେ ଶ୍ରୀ ହନୁମାନଙ୍କୁ ପୁଜା କଲାବେଳେ ସିନ୍ଦୁର ଅର୍ପଣ କରିବା ପରମ୍ପରା ଆରମ୍ଭ ହୋଇଥିଲା ।

{"id":116953}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.