ଭାରତର ଚମତ୍କାରୀ ହ୍ରଦ, ଯେଉଁଠାରେ ଗାଧୋଇବା ଦ୍ୱାରା ଦୂର ହୋଇଥାଏ ସମସ୍ତ ରୋଗ

Published By : Prameya-News7 Bureau | March 26, 2021 IST

ନୂଆଦିଲ୍ଲୀ ୨୬/୦୩: ସମଗ୍ର ଦୁନିଆରେ ଏପରି ଅନେକ ଜିନିଷ ଏବଂ ସ୍ଥାନ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଭାରତରେ ମଧ୍ୟ ଏହିପରି ଅନେକ ସ୍ଥାନ ରହିଛି । ଯେଉଁଠାରେ ନଦୀ, ପାହାଡ ଏବଂ ଝରଣାର ମନଲୋଭା ଦୃଶ୍ୟ ଲୋକମାନଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଏହା କେବଳ ସୁନ୍ଦର ଦେଖାଯାଇ ନଥାଏ ବରଂ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ ହୋଇଥାଏ । ଭାରତରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଗାଧୋଇବା ଦ୍ୱାରା ଶରୀରର ସମସ୍ତ ରୋଗ ଭଲ ହୋଇଯାଇଥାଏ । ତେବେ ଚାଲନ୍ତୁ ଜାଣିବା ଏହିସବୁ ସ୍ଥାନ ବିଷୟରେ...

PunjabKesari

ସହସ୍ତ୍ରଧାରା :

ବୁଲିବାପାଇଁ ଡେହରାଡୁନ୍ ଏକ ସୁନ୍ଦର ସ୍ଥାନ । ଏହାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ସହସ୍ତ୍ରଧାରା ଝରଣା  ପ୍ରବାହିତ ହୁଏ । ସେଠାରେ ରହୁଥିବା ଲୋକମାନେ କୁହନ୍ତି ଏହି ଝରଣା ପାଣିରେ ବହୁ ପରିମାଣର ସଲଫର୍ ମିଳିଥାଏ । ତେଣୁ ଏହି ପାଣିରେ ଗାଧୋଇବା ଦ୍ୱାରା ଶାରୀରିକ ଏବଂ ମାନସିକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ ।

PunjabKesari

ଗୁରୁଡୋଙ୍ଗମାର ହ୍ରଦ :

ଏହା ଭାରତର ସବୁଠାରୁ ଉଚ୍ଚା ହ୍ରଦ ମଧ୍ୟରୁ ଗୋଟିଏ । ଏହାକୁ ହିନ୍ଦୁ, ବୌଦ୍ଧ ଏବଂ ଶିଖ ଧର୍ମ ଦ୍ୱାରା ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଏହି ହ୍ରଦ ବର୍ଷରେ ଅନେକ ମାସ ପର୍ଯ୍ୟନ୍ତ ବରଫ ହୋଇରହିଥାଏ ଯାହାଫଳରେ ଲୋକମାନେ ପାଣିପାଇବାକୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।  କିନ୍ତୁ ଗୁରୁ ପଦ୍ମସମ୍ବଭ ଏହାକୁ ଛୁଇଁବା ପରେ ପାଣି ତରଳିଯାଇଥିଲା ।  ତେଣୁ ଲୋକମାନେ ଏହି ଜଳକୁ ପବିତ୍ର ମାନି ପିଇଥାନ୍ତି । ଏଥିସହ ଏଠାରେ ସ୍ଥାନୀୟ ଲୋକ କୁହନ୍ତି ଏହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ।

PunjabKesari

ପୁଷ୍କର ସରୋବର :

ହିନ୍ଦୁ ଧର୍ମରେ ପୁଷ୍କର ସରୋବରକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । କୁହାଯାଏ ମହାଭାରତ ଏବଂ ରାମାୟଣ ସମୟରୁ ଏହା ପୃଥିବୀରେ ରହିଆସିଛି । ପ୍ରାଚୀନ କାଳରୁ, ଲୋକମାନେ ଏଥିରେ ବୁଡ଼ ପକାଇବା ଶୁଭ ବୋଲି ଜଣାଯାଏ । ଏହାର ଜଳ ପାପ ଧୋଇବା ସହିତ ଶାରୀରିକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଲୋକମାନେ ବିଶ୍ୱାସ କରନ୍ତି ଏହି ହ୍ରଦ କ୍ୟାନ୍ସର ଭଳି ଏକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

PunjabKesari

ଭୀମକୁଣ୍ଡ :

ଭୀମକୁଣ୍ଡ ଏକ ରହସ୍ୟମୟ ହ୍ରଦ । ପୌରାଣିକ କାହାଣୀ ଅନୁଯାୟୀ, ଏହି ହ୍ରଦ ମହାଭାରତ ସମୟରୁ ଅବସ୍ଥିତ । ଆହୁରି ମଧ୍ୟ, ଏହାର ଗଭୀରତା ମାପିବା ଏକ କଷ୍ଟକର କାର୍ଯ୍ୟ । ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଏହି ହ୍ରଦର ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗେ । ମକର ସଂକ୍ରାନ୍ତିର ଶୁଭ ଦିନରେ ଏହି କୁଣ୍ଡରେ ବୁଡ଼ ପକାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ଲୋକମାନେ କୁହନ୍ତି ଏହି ଜଳରେ ଗାଧୋଇବା ଦ୍ୱାରା ପାପ ମୁକ୍ତ ହେବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.