କାଲି ଶ୍ରାବଣର ପ୍ରଥମ ପ୍ରଦୋଷ ବ୍ରତ: ସୂର୍ଯ୍ୟାସ୍ତ ପରେ ହେବ ବିଶେଷ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

Published By : Prameya-News7 Bureau | August 04, 2021 IST

ଭୁବନେଶ୍ୱର ୦୪/୦୮ : ଏଥର ଶ୍ରାବଣ ମାସର ପ୍ରଥମ ପ୍ରଦୋଷ ବ୍ରତ ଅଗଷ୍ଟ ୫ ଗୁରୁବାର ଦିନ ପଡୁଛି। ଶିବ ଏବଂ ସ୍କନ୍ଦ ପୁରାଣ ଅନୁଯାୟୀ, ଶ୍ରାବଣ ମାସର ତ୍ରୟୋଦଶୀ ତିଥିରେ ଭଗବାନ ଶିବଙ୍କ ବିଶେଷ ଉପାସନା କରିବା ଦ୍ୱାରା ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ। ଏହି ପୂଜା ପ୍ରଦୋଷ ସମୟ ଅର୍ଥାତ୍ ସୂର୍ଯ୍ୟାସ୍ତର ପ୍ରାୟ ୯୦ ମିନିଟ୍ ମଧ୍ୟରେ କରାଯାଏ। ଏହି ପୂଜା କରିବା ଦ୍ୱାରା ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ ହୋଇଥାଏ ଏବଂ ପିତୃପୁରୁଷଙ୍କୁ ତୃପ୍ତି ମିଳିଥାଏ।

ସ୍କନ୍ଦ ପୁରାଣରେ କୁହାଯାଇଛି ତ୍ରୟୋଦଶୀ ତିଥି ସନ୍ଧ୍ୟା ସମୟରେ ଭଗବାନ ଶିବ କୈଳାଶ ପର୍ବତର ରଜତ ଭବନରେ ନୃତ୍ୟ କରନ୍ତି ଏବଂ ଦେବତାମାନେ ତାଙ୍କର ଗୁଣକୁ ପ୍ରଶଂସା କରନ୍ତି। ସେଥିପାଇଁ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ପ୍ରାପ୍ତି ଇଚ୍ଛାରେ ଏହି ଶୁଭ ମୁହୂର୍ତ୍ତରେ ଭଗବାନ ଶିବଙ୍କୁ ପୂଜା କରାଯିବା ଉଚିତ୍। ଏହି ଦିନ ଭଗବାନ ଶିବଙ୍କ ସହ ଦେବୀ ପାର୍ବତୀଙ୍କୁ ମଧ୍ୟ ପୂଜା କରାଯାଏ। ଭଗବାନଙ୍କ କୃପାରୁ ସବୁ ପ୍ରକାର ଅସୁବିଧା ଏବଂ ଦୁଃଖ ଦୂର ହୋଇଥାଏ।

ପୁରାଣ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରଦୋଷ ବ୍ରତରେ ସୂର୍ଯ୍ୟୋଦୟ ହେବାର ପ୍ରାୟ ୯୦ ମିନିଟର ସମୟକୁ ପ୍ରଦୋଷ କାଳ କୁହାଯାଏ। ଏହି ସମୟରେ ଭଗବାନ ଶିବ-ପାର୍ବତୀଙ୍କ ବିଶେଷ ଉପାସନା କରିବାର ପରମ୍ପରା ରହିଛି। ଏହି ସମୟରେ କରାଯାଇଥିବା ପୂଜା ଶାରୀରିକ, ମାନସିକ ଏବଂ ଆର୍ଥିକ ସମସ୍ୟା ଦୂର କରିଥାଏ। ଏଥର ଗୁରୁବାରର ଶୁଭ ସଂଯୋଗ ରହିଛି ଯାହା ଫଳରେ ଶିବ ପୂଜାର ଅନେକା ଗୁଣ ଶୁଭ ଫଳ ପ୍ରାପ୍ତ ହେବ।

ପୂଜା ବିଧି - ସୂର୍ଯ୍ୟାସ୍ତ ପୂର୍ବରୁ ସ୍ନାନ କରନ୍ତୁ। ଏହା ପରେ ପୂଜା ପାଇଁ ପ୍ରସ୍ତୁତ ହୁଅନ୍ତୁ। ପ୍ରଦୋଷ କାଳ ଆରମ୍ଭ ହେଲେ ଶିବଙ୍କୁ ଅଭିଷେକ କରନ୍ତୁ। ଏଥିପାଇଁ ପଞ୍ଚାମୃତ ମଧ୍ୟ ବ୍ୟବହାର କରାଯିବା ଉଚିତ୍। ତା’ପରେ ଚନ୍ଦନ, ଅକ୍ଷତ, ସିନ୍ଦୁର, ବେଲପତ୍ର, ଦୁଦୁରା ଫୁଲ, ଅରଖ ିହତୋ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ପ୍ରଦାନ କରନ୍ତୁ। ଏହା ପରେ ଧୂପ ଓ ଦୀପ ସହିତ ଭଗବାନ ଶିବଙ୍କ ଆଳତୀ କରନ୍ତୁ। ମହାଦେବଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ।

ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ। ତା’ପରେ ଶିବ ମନ୍ଦିରରେ କିମ୍ବା ଘରେ ପୂଜାରେ ବସି, ହାତରେ ଜଳ ନେଇ ପ୍ରଦୋଷ ବ୍ରତ ସହ ଶିବଙ୍କୁ ଉପାସନା କରିବାକୁ ସଂକଳ୍ପ ନିଅନ୍ତୁ। ଶିବଙ୍କୁ ପୂଜା କରିବା ପରେ ଅଶ୍ୱଥ ଗଛରେ ପାଣି ଦିଅନ୍ତୁ। ଦିନସାରା ବ୍ରତ ନିୟମ ପାଳନ କରନ୍ତୁ। ଫଳ ଆହାର କରିପାରିବେ। ମହାଦେବଙ୍କୁ ପୂଜା କରିବା ପରେ ଏବଂ ଆଳତୀ ପରେ, ପ୍ରଦୋଷ କାଳ ଶେଷ ହେବା ପରେ ଭୋଜନ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.