Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନବରାତ୍ରିରେ କିପରି କରିବେ କଳସ ସ୍ଥାପନ : ଜାଣନ୍ତୁ ଶୁଭ ମୁହୁର୍ତ୍ତ ଏବଂ ନିୟମ

21/09/2019 at 11:06 AM

ନବରାତ୍ରି ପର୍ବର ହିନ୍ଦୁ ଧର୍ମରେ ଅତ୍ୟଧିକ ମହତ୍ତ୍ବ ରହିଛି। ଏହି ପର୍ବ ଭାରତରେ କୋଣ ଅନୁକୋଣରେ ହୋଇଥାଏ। ଏହି ପର୍ବରେ ପୂରା ୯ଦିନ ଯାଏଁ ମାଆ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏହି ସମୟରେ ଲୋକେ ୯ଦିନ ଯାଏଁ ଉପାସ କରନ୍ତି। ନବରାତ୍ରିରେ ୯ଦିନ ଯାଏଁ ମାଆ ଦୁର୍ଗାଙ୍କୁ ଅଲଗା ଅଲଗା ରୂପରେ ପୂଜା କରାଯାଏ। ନବରାତ୍ରିର ପ୍ରଥମ ଦିନ କଳସ ସ୍ଥାପନ କରାଯାଇଥାଏ। ଆସନ୍ତୁ ଜାଣିବା କଳସ ସ୍ଥାପନର ଶୁଭ ମୁହୂର୍ତ୍ତ ଏବଂ ଏହା ସହ ସମ୍ବନ୍ଧିତ କିଛି ନିୟମ ବିଷୟରେ

ନବରାତ୍ରି ସେପ୍ଟେମ୍ବର ୨୯ତାରିଖରୁ ଆରମ୍ଭ ହେବ ଏବଂ ଏହି ଦିନ କଳସ ସ୍ଥାପନ କରାଯିବ। ମାଆ ଦୁର୍ଗାଙ୍କ କୃପା ପାଇବା ପାଇଁ କଳସକୁ ସବୁବେଳେ ଉଚିତ ମୁହୂର୍ତ୍ତରେ ସ୍ଥାପନ କରିବା ଉଚିତ୍। ଏଥର ନବରାତ୍ରିରେ କଳସ ସ୍ଥାପନର ଶୁଭ ମୁହୂର୍ତ୍ତ ସକାଳ ୬ଟା ବାଜି ୧୬ମିନିଟରୁ ଆରମ୍ଭ ହୋଇ ୭ଟା ବାଜି ୪୦ମିନିଟ୍ ଯାଏଁ ରହିଛି। ଏହା ବ୍ୟତୀତ,ଆପଣ ଦିନରେ ମଧ୍ୟ କଳସ ସ୍ଥାପନ କରି ପାରିବେ। ଏଥିପାଇଁ ଦିନ ୧୧ଟା ବାଜି ୪୮ମିନିଟରୁ ଆରମ୍ଭ ହୋଇ ୧୨ଟା ବାଜି ୩୫ମିନିଟ୍ ଯାଏଁ ରହିଛି।

 ନବରାତ୍ରିରେ ୯ଦିନ ଯାଏଁ ଦେବୀ ମାଆଙ୍କର ଆରାଧନା କରିବା ଦ୍ବାରା ମାଆ ନିଜ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିଥାଆନ୍ତି। ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରାଯାଇଥାଏ। ଘଟ ସ୍ଥାପନର ଅର୍ଥ କଳସ ସ୍ଥାପନ କରିବା।

କଳସ ସ୍ଥାପନା କରିବା ସମୟରେ ନଦୀବାଲିର ଉପଯୋଗ କରନ୍ତୁ। ଏହା ପରେ କଳସରେ ଗଙ୍ଗାଜଳ,ଲବଙ୍ଗ,ଅଳେଇଚ,ପାନ,ଗୁଆ,ଚନ୍ଦନ, ସୂତା,କୁମକୁମ,ଚାଉଳ,ହଳଦୀ,ମୁଦ୍ରା,ଫୁଲ ଦିଅନ୍ତୁ। ଏହା ପରେ ‘ଓଁ ଭୂମୈ ନମଃ’ ଉଚ୍ଚାରଣ କରି କଳସକୁ ୭ଟି ପରିବା ସହ ବାଲି ଉପରେ ସ୍ଥାପନ କରନ୍ତୁ। କଳସ ରଖିଥିବା ସ୍ଥାନରେ ୯ଦିନ ଯାଏଁ ଅଖଣ୍ଡ ଦୀପ ଜାଳି ରଖିବା ଉଚିତ୍।

 କଳସ ସ୍ଥାପନ ସହିତ ଜଡ଼ିତ କିଛି ନିୟମ :

– ସବୁବେଳେ ଶୁଭ ମୁହୂର୍ତ୍ତରେ କଳସ ସ୍ଥାପନ କରନ୍ତୁ।

– କଳସ ସ୍ଥାପନ କରିବା ପାଇଁ ପୂଜା ସ୍ଥଳରୁ ଅଲଗା ଏକ ପୀଢ଼ାରେ ଲାଲ ଏବଂ ଧଳା ରଙ୍ଗର କପଡ଼ା ବିଛାନ୍ତୁ। ଏଥିରେ ଚାଉଳରେ ଅଷ୍ଟଦଳ ପ୍ରସ୍ତୁତ କରି ଜଳ ଭରି କଳସ ସ୍ଥାପିତ କରନ୍ତୁ।

– କଳସର ମୁହଁ ଖୋଲା ରଖନ୍ତୁ ନାହିଁ,ଏହାକୁ ଯେକୌଣସି ଜିନିଷ ଦ୍ବାରା ଆବୃତ କରି ରଖିବା ଉଚିତ୍। ଏହା ମଝିରେ ଏକ ନଡ଼ିଆ ରଖନ୍ତୁ।

– ଯଦି କଳସ ସ୍ଥାପନ କରୁଛନ୍ତି ତେବେ ମନ୍ତ୍ର ଜପ କରନ୍ତୁ,ଚାଳିଶାଳକିମ୍ବା ସପ୍ତସତୀ ପାଠ କରନ୍ତୁ।

– ପୂଜା କରିବା ପରେ ମାଆଙ୍କୁ ଦୁଇବେଳା ଭୋଗ ଲଗାନ୍ତୁ, ସବୁଠୁ ସରଳ ଏବଂ ଉତ୍ତମ ଭୋଗ ହେଉଛି ଲବଙ୍ଗ ଏବଂ ଚିନିମିଠା।

– ମାଆଙ୍କ ପାଇଁ ନାଲି ଫୁଲ ସବୁଠୁ ଉତ୍ତମ ହୋଇଥାଏ,କିନ୍ତୁ ମାଆଙ୍କୁ ଅରଖ,ମନ୍ଦାର,ଦୁବ ଏବଂ ତୁଳସୀ ଜମା ଅର୍ପଣ କରନ୍ତୁ ନାହିଁ।

– ନବରାତ୍ରି ସମୟରେ ପୂରା ୯ଦିନ ଯାଏଁ ନିଜ ଖାଦ୍ୟପେୟ ଏବଂ ଆହାରକୁ ସାତ୍ତ୍ବିକ ରଖନ୍ତୁ।

   Related Posts