କୋହଲିଙ୍କ କରିସ୍ମା, ଭାଙ୍ଗିଲେ ସଚିନଙ୍କ ମହା ରେକର୍ଡ, ପଣ୍ଟିଂ ମଧ୍ୟ ପଛରେ

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯।୦୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ନାମରେ କରିଛନ୍ତି ବଡ ରେକର୍ଡ। କୋହଲି ନିଜ ଇନିଂସରେ ନବମ ରନ ନେବା ମାତ୍ରେ ବିଦେଶୀ ମାଟିରେ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି।

ଏ ପର୍ଯ୍ୟନ୍ତ ଏହି ରେକର୍ଡ ପୂର୍ବତନ କ୍ରିକେଟ୍‌ର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ମାତ୍ର କୋହଲି ବର୍ତ୍ତମାନ ସଚିନଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ବିଦେଶ ମାଟିରେ ତେନ୍ଦୁଲକର ୧୪୭ ମ୍ୟାଚ୍‌ରୁ ୫୦୬୫ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି କେବଳ ୧୦୮ ମ୍ୟାଚ୍‌ରେ ୫୦୬୬ ରନ କରିଛନ୍ତି।

ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କୁ ଏହି ରେକର୍ଡ କିଛି ମନୋବଳ ପ୍ରଦାନ କରିବ। ଖାସ୍ କଥା ବିରାଟ କୋହଲି ଏହି ରେକର୍ଡ ପାଇଁ ସଚିନ ତେନ୍ଦୁଲକରଙ୍କଠୁ ବହୁତ କମ ମ୍ୟାଚ୍ ଖେଳିଛନ୍ତି। ଦୁହିଁଙ୍କ ମଧ୍ୟରେ ୩୯ ମ୍ୟାଚ୍‌ର ବ୍ୟବଧାନ ରହିଛି। ବିରାଟ କୋହଲି ବିଦେଶ ମାଟିରେ ୫୮ରୁ ଅଧିକ ହାରରେ ରନ କରିଛନ୍ତି ଏବଂ ଏଥିରେ ୨୦ ଶତକ ସାମିଲ୍। ସଚିନଙ୍କ ନାମରେ ବିଦେଶୀ ମାଟିରେ ମାତ୍ର ୧୨ ଶତକ ରହିଛି।

ବିଦେଶ ମାଟିରେ ଦିନିକିଆରେ ଭାରତ ପାଇଁ ସର୍ବାଧିକ ରନ

୧୦୮ ମ୍ୟାଚ୍, ୫୦୬୬ ରନ- ବିରାଟ କୋହଲି

୧୪୭ ମ୍ୟାଚ୍, ୫୦୬୫ ରନ- ସଚିନ ତେନ୍ଦୁଲକର

୧୪୫ ମ୍ୟାଚ୍, ୪୫୨୦ ରନ- ଏମଏସ ଧୋନୀ

୧୧୭ ମ୍ୟାଚ୍, ୩୯୯୮ ରନ- ରାହୁଲ ଦ୍ରାବିଡ

୧୦୦ ମ୍ୟାଚ୍, ୩୪୬୮ ରନ- ସୌରଭ ଗାଙ୍ଗୁଲି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.