ଜନନୀ ଯନ୍ତ୍ରଣା, ଠିକ୍ ସମୟରେ ପହଞ୍ଚିପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | January 27, 2022 IST

ତେଲକୋଇ ୨୭/୦୧: ପୁଣି ଜନନୀ ଯନ୍ତ୍ରଣା । ମୋବାଇଲ ନେଟୱାର୍କ ନଥିବାରୁ ସଠିକ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଘରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତ ମୁଣ୍ଡାସାହିରେ । ମୁଣ୍ଡାସାହିର ଗର୍ଭବତୀ ମହିଳା ବାସନ୍ତି ମହାରଣାଙ୍କ ଗତକାଲି ବିଳମ୍ବିତ ରାତ୍ରି ଗୋଟାଏ ସମୟରେ ଗର୍ଭଯନ୍ତ୍ରଣା ଅନୁଭବ ହୋଇଥିଲା ।

ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ତାଙ୍କ ସ୍ୱାମୀ ତିନି କିଲୋମିଟର ଚାଲି ଚାଲି ଆସି ତାଳପଦା ଗାଁରେ ପହଞ୍ଚି ଥିଲେ। ଆଶା ଦିଦିଙ୍କ ଘରକୁ ଯାଇ ଖବର ଦେଇଥିଲେ । କିନ୍ତୁ ତାଳପଦା ଗାଁରେ ମଧ୍ୟ ମୋବାଇଲ ନେଟୱାର୍କ ନଥିବାରୁ ୧୦୨କୁ ଫୋନ କରି ପାରିଲେ ନାହିଁ । ଆମ୍ବୁଲାନ୍ସ ପହଞ୍ଚି ବାରେ ବିଳମ୍ବ ଯୋଗୁଁ ଅସୁରକ୍ଷିତ ଅବସ୍ଥାରେ ବାସନ୍ତୀ ଏକ ମୃତ ଶିଶୁକୁ ଜନ୍ମ ଦେଇ ବେହୋସ ହୋଇଯାଇଥିଲେ ।

ଆଜି ସକାଳ ୮ଟା ସମୟରେ ନେଟୱାର୍କ ଯାଗାକୁ ଯାଇ ଆଶା ଦିଦି ଫୋନ କରିଥିଲେ ଫୋନ ପାଇ ୧୦୨ ଅମୁଲାନ୍ସ ତାଳପଦା ଗ୍ରାମକୁ ଯାଇଥିଲା । ତେବେ ମୁଣ୍ଡା ସାହିକୁ ରାସ୍ତା ନଥିବାରୁ ୪ଜଣ ଖଟରେ ବୋହି ପ୍ରସୂତୀ ବାସନ୍ତୀଙ୍କୁ ଅମ୍ବୁଲାନ୍ସ ପାଖକୁ ଆଣି ଥିଲେ । ସେତେବେଳକୁ ବାସନ୍ତୀଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.