ଦିପାବଳୀରେ କେଜରୀୱାଲ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଲକ୍ଷ୍ମୀପୂଜା ଖର୍ଚ୍ଚ ୬କୋଟି ଟଙ୍କା, ପ୍ରତିମିନିଟ୍ ଖର୍ଚ୍ଚ କରିଛନ୍ତି ୨୦ଲକ୍ଷ: RTI

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩।୧୨: ଦିଲ୍ଲୀ ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କ ଦିପାବଳୀ ଲକ୍ଷ୍ମୀପୂଜା ଖର୍ଚ୍ଚ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୧୪ ନଭେମ୍ବର ୨୦୨୦ ରାତ୍ରିରେ କେଜରୀୱାଲ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଦିଲ୍ଲୀ ଅକ୍ଷରଧାମ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଯେଉଁଥିରେ ରାଜଧାନୀବାସୀଙ୍କୁ ଲାଇଭ ସାମିଲ କରା ଯାଇଥିଲା। ଅଧଘଣ୍ଟାର ଏହି କାର୍ଯ୍ୟକ୍ରମ ଲାଗି  ଦିଲ୍ଲୀ ସରକାର ୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଅର୍ଥାତ ପ୍ରତି ମିନିଟ୍ ପୂଜା ଲାଗି କେଜରିୱାଲ ସରକାର  ଖର୍ଚ୍ଚ କରିଛନ୍ତି ୨୦ଲକ୍ଷ ଟଙ୍କା ଯାହା  ସୂଚନା ଅଧିକାର ଆଇନ (ଆରଟିଆଇ)ରେ ମିଳିଥିବା ବିବରଣୀରୁ ଜଣାପଡିଛି। 

{"id":381863,"sizeSlug":"large","linkDestination":"none"}

ରଜାଧାନୀର ଜନୈକ ବାସିନ୍ଦା ସାକେତ ଗୋଖଲେ ଆରଟିଆଇରେ ଦିପାବଳୀ ପୂଜା ବାବଦେ କେଜରୀୱାଲଙ୍କ ‘ଆପ’ ସରକାରର ଧାର୍ମିକ ଖର୍ଚ୍ଚର ହିସାବ ମାଗିଥିଲେ। ଯାହାର ଦିଲ୍ଲୀ ପର୍ଯ୍ୟଟନ ଓ ପରିବହନ ବିକାଶ ନିଗମ (ଡିଟିଟିଡିସି) ହିସାବ ଦେଇଛନ୍ତି। ଏହି ହିସାବକୁ ଗୋଖଲେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଅପଲୋଡ କରିଥିବା ବେଳେ ସରକାରୀ ଅପବ୍ୟୟର ଏବେ ଉଦାହରଣ ପାଲଟିଛି।

wp:embed {"url":"https://twitter.com/SaketGokhale/status/1341361741591035904","type":"rich","providerNameSlug":"twitter","responsive":true,"className":""}
https://twitter.com/SaketGokhale/status/1341361741591035904
/wp:embed

ସୂଚନା ଯୋଗ୍ୟଯେ ଅରବିନ୍ଦ କେଜରୀୱାଲଙ୍କ ଆପ ସରକାର ଦିପାବଳୀରେ ଦିଲ୍ଲୀବାସୀଙ୍କୁ ଆତସବାଜୀରେ ବୃଥା ବ୍ୟୟ ନ କରିବାକୁ ଅନୁରୋଧ କରିଥିଲେ। ରାଜଧାନୀର ବାୟୁପ୍ରଦୂଷଣ ସ୍ତର ଅତ୍ୟନ୍ତ ନିମ୍ନମାନରେ ପହଞ୍ଚିଥିବା ବେଳେ ଆତସବାଜୀ ଯୋଗୁ ନିଶ୍ୱାସ ପ୍ରଶ୍ୱାସ ନେବାକୁ ବି ପବନ ମିଳିବନି ବୋଲି କହିଥିଲେ। ଏହା ବଦଳେ ଉତ୍ସବ ଦିନରେ ଆପ ସରକାରଙ୍କ ଅନଲାଇନ୍ ଲକ୍ଷ୍ମୀପୂଜାରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଦିପାବଳୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ତାଙ୍କ କ୍ୟବିନେଟ ମନ୍ତ୍ରୀମାନେ ସସ୍ତ୍ରୀକ ଅକ୍ଷରଧାମ ମନ୍ଦିରରେ ପହଞ୍ଚି ଲକ୍ଷ୍ମୀପୂଜା କରିଥିବା ବେଳେ ମେଗା ଇଭେଣ୍ଟର ଦିଲ୍ଲୀରେ ଲାଇଭ ହୋଇଥିଲା। ଏହି ପୂଜା କାର୍ଯ୍ୟକ୍ରମ ମାତ୍ର ଅଧଘଣ୍ଟା ଚାଲିଥିଲା ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.