ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍

Published By : Prameya-News7 Bureau | January 18, 2022 IST

ଚଣ୍ଡିଗଡ ୧୮/୦୧: ସବୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା । ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍। ମୋହାଲି ଠାରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।ଏହା ପୂର୍ବରୁ ଲୋକଙ୍କ ମତାମତ ପରେ କେଜ୍ରିୱାଲ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ ।

wp:html /wp:html

ସୂଚନା ଅନୁଯାୟୀ, ପ୍ରାୟ ୨୦ ଲକ୍ଷ ଲୋକ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଆପ୍ ପାଖକୁ ପଠାଇଥିଲେ । ଏହାକୁ ଆଧାର କରି କେଜ୍ରିୱାଲ ପଞ୍ଜାବ ପାଇଁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବୋଲି କହିଛନ୍ତି। ପଞ୍ଜାବରେ ୨୦ ଫେବୃଆରୀରେ ଭୋଟ୍‌ ଗ୍ରହଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.