କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍ ବଲିଉଡ ଫିଲ୍ମ 'କ୍ବାଥା'ରେ କରିବେ ଅଭିନୟ

Published By : Prameya-News7 Bureau | August 04, 2019 IST

ମୁମ୍ବାଇ୪|୮: ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲ୍‌ 'କ୍ବାଥା' ଫିଲ୍ମରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିବେ।ନିଜ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଇସାବେଲ।କ୍ୟାଟ୍ରିନାଙ୍କ ଜଲୱା ବଲିଉଡରେ ଛାଇସାରିଛି। ଏବେ ତାଙ୍କ ଭଉଣୀ ପରଦାରେ କଣ କମାଲ କରୁଛନ୍ତି ସେହି ଅପେକ୍ଷାରେ ଦର୍ଶକ ଅଛନ୍ତି।ତେବେ ଫିଲ୍ମରେ ଇସାବେଲଙ୍କ ବିପକ୍ଷରେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ଅଭିନୟ କରିବେ ।

{"id":140633}

କରନ୍‌ ଲଳିତ ବୁଟାନୀଙ୍କ ନିର୍ଦ୍ଦେଶିତ 'କ୍ବାଥା' ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମ ଭାରତୀୟ ସେନାଙ୍କ ଜୀବନ ସହ ଜଡ଼ିତ। ଇସାବେଲ୍‌ କେଉଁ ଭୂମିକାରେ ଅଭିନୟ କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆୟୁଷଙ୍କ ପ୍ରଥମ ଫିଲ୍ମ ପରେ ସେ ତାଙ୍କ ଦ୍ବିତୀୟ ଫିଲ୍ମ ପାଇଁ ବେଶ କସରତ କରୁଛନ୍ତି। କାରଣ ଏହି ଫିଲ୍ମରେ ଅଭିନେତା ଆୟୁଷ ଜଣେ ସେନା ଅଫିସର ଚରିତ୍ରରେ ଅଭିନୟ କରିବେ।

{"id":140634}

ସେଥିପାଇଁ ଆୟୁଷ ଶାରୀରିକ ଦକ୍ଷତା ଏବଂ ଜଣେ ଯବାନ ଭଳି ଦେଖାଯିବା ପାଇଁ କଷ୍ଟ କରୁଛନ୍ତି।ଆୟୁଷ ଶର୍ମା ଓ ଇସାବେଲ୍‌ କୈଫ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାରୁ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଉତ୍ସାହିତ ଅଛନ୍ତି । ଭାରତ ଓ ମ୍ୟାନ୍‌ମାର ସୀମାନ୍ତରେ 'କ୍ବାଥା' ନାମକ ଏକ ଗାଁ ରହିଛି। ଏହି ଗାଁ ଉପରେ ନେଇ ଫିଲ୍ମଟି ଆଧାରୀତ।

{"id":140635}

ଫିଲ୍ମ ପ୍ରଯୋଜକ ଆଦିତ୍ୟ ଜୋଷୀ କହିଛନ୍ତି ଯେ, କ୍ବାଥା ଏକ ଭିନ୍ନ ଧରଣର ଫିଲ୍ମ। ଏହି ଫିଲ୍ମରେ ଭାରତୀୟ ଯବାନଙ୍କ ଭାବନା ବିଷୟରେ ଦେଖାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଇଛି। ୨୦୨୦ ମସିହାରେ ଏହି ଫିଲ୍ମ ରିଲିଜ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.