ଆଜି କର୍ଣ୍ଣାଟକରେ ୟେଦୁରପ୍ପା ସରକାରଙ୍କ ଫ୍ଲୋର୍ ଟେଷ୍ଟ

Published By : Prameya-News7 Bureau | May 19, 2018 IST

ଆଜି କର୍ଣ୍ଣାଟକରେ ୟେଦୁରପ୍ପା ସରକାରଙ୍କ ଫ୍ଲୋର୍ ଟେଷ୍ଟ । ଏହା ପୂର୍ବରୁ ଆସ୍ଥା ଭୋଟ ପାଇଁ ପ୍ରୋଟେମି ସ୍ପିକରଙ୍କ ନିଯୁକ୍ତିକୁ ବିରୋଧ କରିଛି କଂଗ୍ରେସ । ବିଜେପି ବିଧାୟକ କେ.ଜି ବୋପୈୟାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ନିୟମ ବିରୁଦ୍ଧ ବୋଲି କଂଗ୍ରେସ କହିଛି । ଏ ନେଇ କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଛି । ତେବେ ଆଜି ସକାଳ ସାଢେ ୧୦ଟାରେ ଶୁଣାଣି ହେବ । ଜଷ୍ଟିସ ଏ.କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି ହେବ । ଗୋଟେ ପଟେ ବହୁମତ ସାବ୍ୟସ୍ତ କରିବାକୁ ଦମ୍ଭ ଦେଖାଇଛି ବିଜେପି । ଅନ୍ୟପଟେ ନିଜ ନିଜ ବିଧାୟକଙ୍କୁ ସରକାର ବିରୋଧରେ ଭୋଟ ଦେବାକୁ ପ୍ରସ୍ତୁତ କରୁଛନ୍ତି କଂଗ୍ରେସ ଆଉ ଜେଡିଏସ୍ । ଆସ୍ଥା ଭୋଟ ପାଇଁ ହାଇଦ୍ରାବାଦ ବନଜାରା ହିଲସ୍ର ପଞ୍ଚତାରକା ହୋଟେଲରେ ଥିବା କଂଗ୍ରେସ-ଜେଡିଏସ୍ ସବୁ ବିଧାୟକ ବେଙ୍ଗାଲୁର ଫେରିଛନ୍ତି । ଗତକାଲି ରାତିରେ କୁମାରସ୍ବାମୀ ତାଙ୍କ ବିଧାୟକଙ୍କୁ ଧରି ବିମାନ ଯୋଗେ ହାଇଦ୍ରାବାଦରୁ ବାଙ୍ଗାଲୁର ଫେରିଥିବା ବେଳେ ସିଦ୍ଧରମୟା ତାଙ୍କ କଂଗ୍ରେସ ବିଧାୟକମାନଙ୍କୁ ଧରି ବସରେ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.