କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତା ବିଏମ କୃଷ୍ଣା ଗୌଡାଙ୍କ ହୃଦଘାତରେ ପରଲୋକ

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬/୦୫: ଜଣାଶୁଣା ଥିଏଟର କଳାକାର ତଥା କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତା ବିଏମ କୃଷ୍ଣା ଗୌଡାଙ୍କ ସୋମବାର ହୃଦଘାତରେ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ୮୦ ବର୍ଷୀୟ ଅଭିନେତା ନିକଟରେ କରୋନାକୁ ହରାଇଥିଲେ, କିନ୍ତୁ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ଏବଂ ତାଙ୍କର ଦେହାନ୍ତ ହୋଇଥିଲା। କୃଷ୍ଣ ଗୌଡା ଅନେକ ଟିଭି ସିରିଏଲ ଏବଂ ଫିଲ୍ମରେ ସହାୟକ ଭୂମିକା ଗ୍ରହଣ କରିଥିଲେ । ଏହା ବ୍ୟତୀତ ସେ ଥିଏଟର ଜଗତରେ ଏକ ବଡ ନାମ ଥିଲେ ।

ଥିଏଟର କରିବା ପୂର୍ବରୁ କୃଷ୍ଣା ଗୌଡା କର୍ଣ୍ଣାଟକ ଆକାଉଣ୍ଟାଣ୍ଟ ଜେନେରାଲ ଅଫିସରେ କାମ କରୁଥିଲେ। ଚାକିରି ସହିତ ସେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ଧୀରେ ଧୀରେ ତାଙ୍କ ନାମ ଥିଏଟର ଜଗତରେ ବଢିବାକୁ ଲାଗିଥିଲା । 'ମୁଖ୍ୟମନ୍ତ୍ରୀ ଚନ୍ଦ୍ର' ନାମକ ନାଟକରୁ ଏହି ଅଭିନେତା ସର୍ବାଧିକ ଖ୍ୟାତି ଅର୍ଜନ କରିଥିଲେ। ଏହି ନାଟକରେ ତାଙ୍କର ଅଭିନୟ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଅଭିନୟ ବ୍ୟତୀତ କୃଷ୍ଣା ଗୌଡା ମଧ୍ୟ ରାଜ୍ୟ ସ୍ତରୀୟ ଭଲିବଲ୍ ଖେଳାଳି ମଧ୍ୟ ଥିଲେ।

କନ୍ନଡ ସିନେମା ସହ ଜଡିତ ଲୋକମାନେ ଅଭିନେତାଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ନିକଟରେ ସିନେମା ଜଗତର ଅନେକ ବଡ କଳାକାରଙ୍କ ଦେହାନ୍ତ ହେତୁ ଫିଲ୍ମ ପ୍ରେମୀମାନେ ଭାଙ୍ଗି ପଡିଛନ୍ତି। କୋଭିଡରୁ ଅନେକ କଳାକାରଙ୍କର ମଧ୍ୟ ପରଲୋକ ହୋଇ ସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.