'ସୀତା'ରୁ ବିଦା ହେବେ କରୀନା କପୁର, ଲୋକଙ୍କ ପସନ୍ଦକୁ ନେଇ ନିର୍ମାତାଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | June 23, 2021 IST

ମୁମ୍ବାଇ ୨୩/୦୬: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପୌରାଣିକ ମହାଗାଥାରେ ସୀତା ଭୂମିକାରେ ଅଭିନୟ କରିବାକୁ ନେଇ ଚର୍ଚ୍ଚାରେ ଥିଲେ। ସୀତା ଭୂମିକାରେ ଅଭିନୟ କରିବାକୁ କରୀନା କପୁର ୧୨ କୋଟି ଟଙ୍କା ଦାବି କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ କରୀନାଙ୍କୁ ବୟକଟ୍ କରିବାକୁ ଦାବି ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ଆଉ ଏକ ସୂଚନା ସମ୍ନାକୁ ଆସିଛି । ନିର୍ମାତାମାନେ ଫିଲ୍ମରେ କରୀନାଙ୍କ ସ୍ଥାନରେ କଙ୍ଗନା ରଣାୱତଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି।

{"width":604,"height":339}
Boycott Kareena Kapoor Khan' trends on Twitter over reports of Rs 12 crore  fee for 'Sita' role

ସୂଚନା ଅନୁଯାୟୀ, 'ସୀତା – ଦି ଇନକର୍ନେସନ୍'ର ନିର୍ମାତା କରୀନା କପୁର ଖାନଙ୍କ ବଦଳରେ ଫିଲ୍ମରେ କଙ୍ଗନା ରାନାୱତଙ୍କୁ ସାଇନ୍ କରିବାକୁ ଚିନ୍ତା କରୁଛନ୍ତି। ଫିଲ୍ମର ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମରେ କଙ୍ଗନା ରଣାୱତଙ୍କୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ନିର୍ମାତା ଏବଂ କଙ୍ଗନା ରଣାୱତଙ୍କ ଦ୍ୱାରା ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

{"width":613,"height":340}
Kangana Ranaut shares lessons from Covid-19 pandemic: 'Don't beg from poor  people for funds if you are rich' | Entertainment News,The Indian Express

ଖବର ଅନୁଯାୟୀ, ଫିଲ୍ମ ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ କରୀନା କପୁର ଖାନଙ୍କ ନାମ ସୀତା - ଦି ଇନକର୍ନେସନ୍ ସହିତ ଜଡିତ ଅଛି କିନ୍ତୁ ନିର୍ମାତାମାନେ ଏହି ଫିଲ୍ମ ପାଇଁ ବେବୋଙ୍କ ନିକଟକୁ ଯାଇ ନାହାଁନ୍ତି। କେ.ଭି ବିଜୟେନ୍ଦ୍ର ପ୍ରସାଦ ଅନୁଭବ କରିଛନ୍ତି ଯେ ଏହି ଫିଲ୍ମ ପାଇଁ କଙ୍ଗନା ରଣାୱତ ଉପଯୁକ୍ତ ହେବେ। ଯଦିଓ ନିର୍ମାତାମାନେ କାଷ୍ଟିଂକୁ ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ବିଜୟେନ୍ଦ୍ର ପ୍ରସାଦ ଆଜିକାଲି ତାଙ୍କ ପୁଅ ଏସ୍ ଏସ୍ ରାମୌଲିଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଟ୍ରିପଲ୍ ଆରରେ ବ୍ୟସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.