ବଲିଉଡ୍ ଷ୍ଟାର୍ କିଡ୍ସଙ୍କୁ ନେଇ ପୁଣି ବିବାଦୀୟ ବୟାନ ଦେଲେ କଙ୍ଗନା ରଣାଓ୍ବତ, ଅଣ୍ଡା ସହ କଲେ ତୁଳନା

Published By : Prameya-News7 Bureau | May 16, 2022 IST

ମୁମ୍ବାଇ ୧୬।୫: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସବୁବେଳେ ତାଙ୍କ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି । କଙ୍ଗନାଙ୍କୁ ଯଦି କୌଣସି ଜିନିଷ ପସନ୍ଦ ଆସେନାହିଁ ତେବେ ସେ ସେହି ଜିନିଷକୁ ତୀବ୍ର ବିରୋଧ କରିଥାନ୍ତି । କିଛି ଦିନ ହେବ କଙ୍ଗନା ଷ୍ଟାର କିଡ୍ସଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଥିଲା । ପୁଣି ଥରେ କଙ୍ଗନା ବଲିଉଡ୍ ଷ୍ଟାର୍ କିଡ୍ସଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

କଙ୍ଗନା ରଣାଓ୍ବତ ସାଉଥ୍ ଫିଲ୍ମ ଏବଂ ସାଉଥ୍ ଷ୍ଟାର୍‌ଙ୍କ ଉପରେ କହୁଥିବା ସମୟରେ ଷ୍ଟାର୍ କିଡ୍ସଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦର୍ଶକଙ୍କୁ ସାଉଥ୍ ଷ୍ଟାର୍‌ଙ୍କ ତୁଳନାରେ ବଲିଉଡ୍‌ ଷ୍ଟାର୍ କିଡ୍ସଙ୍କ ସହ ଯୋଡିହେବାରେ ସମସ୍ୟା ହୋଇଥାଏ । ସେ ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଆଗାମୀ ଫିଲ୍ମ ଧାକଡ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ସାଉଥ୍ ଫିଲ୍ମ ଏବଂ ବଲିଉଡ୍‌କୁ ନେଇ ମଧ୍ୟ କଥା ହୋଇଥିଲେ ।

କଙ୍ଗନା କହିଥିଲେ, ସାଉଥ୍ ଫିଲ୍ମ ଷ୍ଟାର୍ ଯେଉଁଭଳି ଭାବେ ଦର୍ଶକଙ୍କ ସହ ନିଜକୁ ଯୋଡି ରଖନ୍ତି ତାହା ଅତ୍ୟନ୍ତ ମଜଭୁତ ଥାଏ । ସେଠାକା ଷ୍ଟାର୍ ଫ୍ୟାନ୍‌ଙ୍କ ସହ ମିଳାମିଶା କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆମର ଏଠି କ’ଣ ହୁଏ । ଷ୍ଟାର୍ କିଡ୍ସ ପାଠ ପଢିବାକୁ ବିଦେଶ ଯାଆନ୍ତି । ଇଂରାଜୀରେ କଥା ହୁଅନ୍ତି । କେବଳ ହଲିଉଡ୍ ଫିଲ୍ମ ଦେଖନ୍ତି । ଛୁରୀ ଏବଂ କଣ୍ଟାରେ ଖାଦ୍ୟ ଖାଆନ୍ତି । ତେବେ କୁହନ୍ତୁ ଆମ ଦର୍ଶକ ସେମାନଙ୍କ ସହ ଯୋଡିହେବେ ?

କଙ୍ଗନା ଆହୁରି ମଧ୍ୟ କହିଥିଲେ ଯେ, ଏମାନେ ଦେଖିବାକୁ ମଧ୍ୟ ଅଜବ ଲାଗିଥାନ୍ତି । ଏମିତି ଲାଗନ୍ତି ଯୋମିତି ସିଝା ଅଣ୍ଡା ପରି । ଏମାନଙ୍କର ପୁରା ଲୁକ୍ ବଦଳି ଯାଇଥାଏ । ତେଣୁ ଲୋକମାନେ କିପରି ଜାଣିବେ । କାହାକୁ ଟ୍ରୋଲ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏହାପରେ କଙ୍ଗନା ସାଉଥ୍ ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’କୁ ପ୍ରଶଂସା କରିଥିଲେ । ଆଉ କହିଥିଲେ ଯେ ଆଜିର ଦିନରେ ବଲିଉଡରେ ଏମିତି ଷ୍ଟାର୍ କେହି ନାହାନ୍ତି ଯିଏକି ଶ୍ରମିକ ଭଳି ଦେଖାଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.