ସିନେମାହଲ ଖୋଲିବାକୁ ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ଅପିଲ: 'ସବୁ ଖୋଲା, କରୋନା କଣ କେବଳ ଥିଏଟରରେ ବ୍ୟାପୁଛି'

Published By : Prameya-News7 Bureau | September 07, 2021 IST

ମୁମ୍ବାଇ ୦୭/୦୯ : ନିଜର ଆଗାମୀ ଫିଲ୍ମ 'ଥଲାଇଭି'ର ରିଲିଜ ପୂର୍ବରୁ ଅଭିନେତ୍ରୀ କଙ୍ଗନା ରଣାୱତ ମହାରାଷ୍ଟ୍ର ସରକାରଙ୍କୁ ସିନେମାହଲ ଖୋଲିବାକୁ ଅନୁମତି ଦେବାକୁ ଅପିଲ କରିଛନ୍ତି ଯେପରି ଫିଲ୍ମ ଉଦ୍ୟୋଗ ବଞ୍ଚିଯିବ। ନିଜ ଇନଷ୍ଟାଗ୍ରାମ ଷ୍ଟୋରି ମାଧ୍ୟମରେ ସେ ମହାରାଷ୍ଟ୍ର ସରକାରଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି, 'ମହାରାଷ୍ଟ୍ରରେ କରୋନା ମାମଲା ମଧ୍ୟରେ ମୁଁ ମହାରାଷ୍ଟ୍ର ସରକାରଙ୍କୁ ରାଜ୍ୟରେ ସିନେମାହଲ ଖୋଲିବାକୁ ଅପିଲ କରୁଛି ଓ ଶେଷ ହେବାକୁ ଥିବା ସିନେମା ଉଦ୍ୟୋଗ ଓ ଥିଏଟର ବ୍ୟବସାୟ ବଞ୍ଚାଇବାକୁ ଅନୁରୋଧ କରୁଛି।'

ମଙ୍ଗଳବାର ସକାଳୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ଏକ ନୋଟ ଲେଖିଛନ୍ତି। ସେ ଲେଖିଛନ୍ତି, 'ମହାରାଷ୍ଟ୍ରରେ ରେସ୍ତୋରାଁ, ହୋଟେଲ, କାର୍ଯ୍ୟାଳୟ, ଲୋକାଲ ଟ୍ରେନ ସବୁ ଚାଲୁଛି। କିନ୍ତୁ କୋଭିଡ ଯୋଗୁଁ ସିନେମା ଥିଏଟର ବନ୍ଦ ଅଛି। ମହାରାଷ୍ଟ୍ର ସରକାରଙ୍କ କୋଭିଡ ନିୟମ ଅନୁସାରେ କରୋନା କେବଳ ସିନେମାହଲ, ଥିଏଟରରେ ବ୍ୟାପୁଛି।'

{"id":507658,"sizeSlug":"full","linkDestination":"none"}

କଙ୍ଗନାଙ୍କ ଆଗାମୀ ଫିଲ୍ମ ଥଲାଇଭି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍। ଫିଲ୍ମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ସେ ବର୍ତ୍ତମାନ ହାଇଦ୍ରାବାଦରେ ନିଜ ଫିଲ୍ମର ପ୍ରମୋସନ କରୁଛନ୍ତି। ହାଇଦ୍ରାବାଦରେ ଫିଲ୍ମ ସେପ୍ଟେମ୍ବର ୧୦ ତାରିଖରେ ସିନେମାହଲରେ ରିଲିଜ ହେବ। ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବ। ଫିଲ୍ମ ଜୟଲଳିତାଙ୍କ ଜୀବନର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରିଛି। ଫିଲ୍ମରେ ତାଙ୍କର ଅଭିନେତ୍ରୀରୁ ରାଜନେତା ହେବାର ଜୀବନ ଯାତ୍ରାକୁ ଦର୍ଶାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.