ଫିଲ୍ମ Ek villain Returns ପାଇଁ ଜନ୍‌ ଆବ୍ରାହମ୍ ବଢାଇଲେ ଫି’, ଏତିକି ମୂଲ୍ୟରେ କିଣି ପାରିବେ ବିଳାଶପୂର୍ଣ୍ଣ ବଙ୍ଗଳା

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮।୦୧: ନିଜର ଦମଦାର ବଡି ଓ ଜବଦସ୍ତ ଆକ୍ସନ୍‌ରେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତା ଜନ୍ ଆବ୍ରାହମ । ତାଙ୍କର ଆକ୍ସନ ଲୁକ୍‌ ପାଇଁ ଫିଲ୍ମ ଗୁଡିକ ସବୁବେଳେ ଚର୍ଚ୍ଚାରେ ଥାଏ । କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି, ହୁଏତ ଜାଣିଲେ ସମସ୍ତେଙ୍କ ହୋସ୍‌ ଉଡିଯିବ । ଘଟଣାଟି ହେଲା ଶୁଣିବାକୁ ମିଳୁଛି, କି ଜନ କୁଆଡେ ତାଙ୍କ ଫିଲ୍ମ ପାଇଁ ଚାର୍ଜ ବଢାଇ ଦେଇଛନ୍ତି।  ଜନ୍ ଆବ୍ରାହମ୍ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ପଠାନ୍’ ପାଇଁ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି। ଏହା ବ୍ୟତୀତ ଜନ୍ ଅନ୍ୟ ଏକ ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି, ଯେଉଁଥି ପାଇଁ ସେ ୨୦ କୋଟି ଟଙ୍କାରୁ ଅଧିକ ଫି ଦାବି କରିଛନ୍ତି।

ଜନ୍ ଆବ୍ରାହମ୍ ମୋହିତ୍ ସୁରୀଙ୍କ ଫିଲ୍ମ ‘ଏକ ଭିଲାନ୍ ରିଟର୍ଣ୍ଣସ’ରେ ମଧ୍ୟ ସାଇନ୍ କରିଛନ୍ତି । ଆଉ ଏହି ଫିଲ୍ମ ପାଇଁ ସେ ୨୧ କୋଟି ଟଙ୍କା ଫି ନେଇଛନ୍ତି। ଜନ୍ ‘ବାଟଲା ହାଉସ’ ଫିଲ୍ମ ପାଇଁ ‘ସତ୍ୟମେବ ଜୟତେ-୨’ଠାରୁ ବି ଅଧିକ ଟଙ୍କା ନେଇଥିଲେ, ତଥାପି ‘ସତ୍ୟମେବ ଜୟତେ-୨’ ରେ ବି ଅଧିକ ଟଙ୍କା ବଢ଼ାଇଥିଲେ। ଗତ ତିନିବର୍ଷ ମଧ୍ୟରେ ଜନ୍‌ଙ୍କ ଫି  ୭ କୋଟିରୁ ୨୧କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ତିନିବର୍ଷ ମଧ୍ୟରେ ଜନ୍‌ଙ୍କ ଫି ତିନି ଗୁଣ ବୃଦ୍ଧି ପାଇଛି। କୁହାଯାଉଛି ଯେ କୋଭିଡ୍ କାଳରେ କିଛି ଅଭିନେତା ସିନେମା ପାଇଁ ତାଙ୍କ ଫି ହ୍ରାସ କରିଥିବା ବେଳେ ଜନ୍ କିନ୍ତୁ ତାଙ୍କ ଫି ବୃଦ୍ଧି କରିଥିଲେ।

‘ଏକ ଭିଲାନ ରିଟର୍ଣ୍ଣସ’ ଫିଲ୍ମ ଜୁଲାଇ ୨୦୨୨ରେ ରିଲିଜ ହେବ। ଫିଲ୍ମରେ ଜନଙ୍କ ସହିତ ଅର୍ଜୁନ କପୁର, ଦିଶା ପଟାନୀ ଏବଂ ତାରା ସୁତାରିୟା ପ୍ରମୁଖ ଭୂମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୋହିତ ସୁରୀ । ଫିଲ୍ମଟି ସିଦ୍ଧାର୍ଥ, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ‘ଏକ ଭିଲେନ’ର ସିକ୍ୱେଲ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.