କେମିତି ହ୍ୱାଟସ୍‌ଆପ୍‌ ମେସେଜ୍‌କୁ ପଢିବେ secretly

Published By : Prameya-News7 Bureau | January 19, 2020 IST

ନୂଆଦିଲ୍ଲୀ ୧୯।୦୧- ହ୍ୱାଟସ୍ଆପ୍‌ ଏବେ ସାରା ବିଶ୍ୱରେ ଏକ ବେଶ୍‌ ଲୋକପ୍ରିୟ ଆପ୍‌ । ଏଥିରେ ଅନେକ ଅପସନ୍‌ ରହିଛି । ଆପଣ ଜଣଙ୍କୁ କିମ୍ବା ଗୋଟିଏ ଗ୍ରୁପରେ ମେସେଜ୍‌ ପଠାଇଲେ ଏହା କାହାକୁ ଡେଲିଭରୀ ହୋଇଛି । କେତେଜଣ ଦେଖିସାରେଲେଣି ସେ ବିଷୟରେ ଜାଣି ପାରୁଛନ୍ତି । ଆପଣ ପଠାଇ ଥଇବା ମେସେଜ୍‌ ଜଣେ ପଢିଲେ ଏହା ବ୍ଲୁ ବା ନୀଳ ରଙ୍ଗର ଟିକ୍‌ ମାର୍କ ଦେଖାଇଥାଏ । ମାତ୍ର ଏପରି ଏକ ଉପାୟ ଅଛି ଆପଣ ଆଉ କାହାର ମେସେଜ୍‌ ପଢିଲେ ସେ ଆପଣ ମେସେଜ୍‌କୁ ଦେଖିସାରିଛନ୍ତି ବୋଲି ଜାଣି ପାରିବେ ନାହିଁ ।

{"id":213384,"width":582,"height":285,"sizeSlug":"large"}

ହ୍ୱାଟସ ଆପ୍‌ରେ ଆପଣ ଠିକ୍‌ କେଉଁ ସମୟରେ ମେସେଜ୍‌ ପାଇଲେ କେତେବେଳେ ଏହାକୁ ପଢିଲେ ତାହା ଦର୍ଶାଇଥାଏ । କେତେବେଳେ ଆପଣ ଅନ୍‌ଲାଇନ୍‌ ଥିଲେ ଅନ୍‌ଲାଇନ ଥିବା ସମୟରେ ଓ ପରେ ଏହାକୁ ଜଣେ ଜାଣିପାରିବ ।

{"id":213386,"sizeSlug":"large"}

ହ୍ୱାଟସ୍‌ଆପ୍‌ ଖୋଲନ୍ତୁ
ସେଟିଂକୁ ଯାଆନ୍ତୁ
ଆକାଉଣ୍ଟକୁ ଯାଆନ୍ତୁ
ପ୍ରାଇଭେସିକୁ ଯାଆନ୍ତୁ

ସେଯାରେ ରିଡ୍‌ ରିସିପଟସ୍‌କୁ ବନ୍ଦ କରନ୍ତୁ

ଆପଣ ହ୍ୱାଟସ୍‌ଆପ୍‌ର ରିଡ୍‌ ରିସପଟ୍‌କୁ ଡିସାବଲ୍‌ କରିପାରିବେ ।

ଆପଣ ହ୍ୱାଟସ୍‌ଆପର ଏହି ଫିଚର ଡିସାବଲ୍‌ କରିବା ପାଇଁ ନିମ୍ନରେ ବର୍ଣ୍ଣନା କରାଯାଇଥିବା ଉପାୟ ଆପଣେଇପାରିବେ ।

{"id":213387,"sizeSlug":"large"}

ଆପଣ ହ୍ୱାୟସ୍‌ଆପ୍‌ରେ ଥିବା ରିଡ୍‌ ରିସିପଟସ୍‌କୁ ଡିସାବଲ୍‌ କରିବାକୁ ପଡିବ । READ RECEIPTS DISABLE ଏପରି କଲେ ଆପଣ କାହାର ମେସେଜ୍‌କୁ ପଢିଲେ ସେ ତାହାର ସମୟ ଜାଣିପାରିବ ନାହିଁ କି ଆପଣଙ୍କ ମେସେଜ୍‌ କିଏ ପଢିଲେ ଆପଣ ଜାଣି ପାରିବେ ନାହିଁ ଏହା ଉଭୟ ପଟୁ କାମ କରିବ ।
ହ୍ୱାଟସ୍‌ଆପ୍‌ରେ ଥିବା ଲାଷ୍ଟ ସିନ୍‌ ଅପସନ୍‌କୁ ବନ୍ଦ କରିଦେଲେ ଆପଣ କେବେ ଅନ୍‌ଲାଇନ୍‌ ଥିଲେ ଅନ୍ୟମାନେ ଜାଣି ପାରିବେ ନାହିଁ ।

{"id":213388,"sizeSlug":"large"}

ପପ୍‌ ଅପ୍‌ ନୋଟିଫିକେସନ୍‌କୁ ଅନ୍‌ କଲେ ଅଧିକାଂଶ ମେସେଜ୍‌କୁ ନେଟିଫିକେସନ୍‌ରେ ପଢି ପାରିବେ । ଅନ୍ୟମାନେ ଏହା ଜାଣି ପାରିବେ ନାହିଁ ।

ସୌଜନ୍ୟ ଟେକ୍‌ ରାଡାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.