ଜିଓର ଦମଦାର୍ ପ୍ଲାନ୍ : ମିଳୁଛି ଦୈନିକ ୧.୫ ଜିବି ଡାଟା ସହ ଫ୍ରି କଲିଂ, ରହିଛି ୧ ବର୍ଷ ଯାଏଁ ଭାଲିଡିଟି

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ, ୧୯|୧୨ : ଟେଲିକମ୍ କମ୍ପାନୀ ଜିଓ ନିଜ ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଅଫର୍ ପ୍ରଦାନ କରିଛି । ଗ୍ରାହକ ଡାଟା-କଲିଂ ଓ ଭାଲିଡିଟି ଦେଖି ପ୍ଲାନ୍ କ୍ରୟ କରିଥାନ୍ତି । ଏବେ କମ୍ପାନୀ ଯେଉଁ ପ୍ଲାନ୍ ଲଞ୍ଚ୍ କରିଛି ସେଥିରେ ଦୈନିକ ୧.୫ ଜିବି ଡାଟା ମିଳୁଛି । ଅନ୍ୟ ଫାଇଦା ମଧ୍ୟ ଗ୍ରାହକମାନେ ଏଥିରୁ ପାଇପାରିବେ ।

ଏହି ପ୍ଲାନର ବୈଧତା ରହିଛି ୩୩୬ ଦିନ । ଏଥିରେ ଦୈନିକ ୧.୫ ଜିବି ଡାଟା,ଫ୍ରି ଅନ୍ ନେଟ୍ କଲିଂ ଓ ୧୨୦୦୦ ମିନିଟ୍ ଅନ୍ୟ ନେଟଓ୍ୱର୍କକୁ କଲ୍ ପାଇଁ ଫ୍ରି ମିଳୁଛି । ଏହାସହ ଦୈନିକ ୧୦୦ ଏସଏମଏସ ମଧ୍ୟ ଗ୍ରାହକଙ୍କୁ ମିଳିବ । ଏହାସହ ଜିଓ  ଆପ୍ସର ଫ୍ରି ସବସ୍କିପସନ ଗ୍ରାହକ ପାଇପାରିବେ ।ଏହାର ଦାମ୍ ରହିଛି ୨୧୨୧ ଟଙ୍କା ।

୫୫୫ ଟଙ୍କାରେ କମ୍ପାନୀ ଆଉ ଏକ ପ୍ଲାନ୍ ଲଞ୍ଚ୍ କରିଛି । ଏହାର ବୈଧତା ରହିଛି ୮୪ ଦିନ । ଏଥିରେ ଦୈନିକ ୧.୫ ଜିବି ଡାଟା,ଫ୍ରି ଅନ୍ ନେଟ୍ କଲିଂ ଓ ୩୦୦୦ ମିନିଟ୍ ଓ ଦୈନିକ ୧୦୦ ଏସଏମଏସ ମିଳିବ ।

ଆହୁରି ମଧ୍ୟ ୭୭୭ ଟଙ୍କାର ପ୍ଲାନରେ ଦୈନିକ ୧.୫ ଜିବି ଡାଟା,ଫ୍ରି ଅନ୍ ନେଟ୍ କଲିଂ, ୩୦୦୦ ମିନିଟ୍ ଅନ୍ୟ ନେଟଓ୍ୱର୍କକୁ କଲ୍ ପାଇଁ ଫ୍ରି ମିଳୁଛି । ଏହାସହ ଦୈନିକ ୧୦୦ ଏସଏମଏସ ମଧ୍ୟ ଗ୍ରାହକଙ୍କୁ ମିଳିବ । ଏହାସହ ଏକ ବର୍ଷ ପାଇଁ ଡିଜନୀ ପ୍ଲସ୍ ମଧ୍ୟ ଗ୍ରାହକଙ୍କୁ ମିଳିବ ।

କମ୍ପାନୀର ୧୯୯ ଟଙ୍କିଆ ପ୍ଲାନର ଭାଲିଡିଟୀ ୨୮ ଦିନ ରହିଛି । ଏଥିରେ ଅନ୍ୟ ନେଟଓ୍ୱର୍କକୁ କଲ୍ ପାଇଁ ୧୦୦୦ ମିନିଟ୍ ମିଳୁଛି  । ଏହାସହ ଦୈନିକ ୧.୫ ଜିବି ଡାଟା ଓ ୧୦୦ ଏସଏମଏସର ଲାଭ ମଧ୍ୟ ଗ୍ରାହକ ଉଠାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.