ଅମାନିଆ ଲୋକଙ୍କ ପାଇଁ ପୋଲିସର ଅଭିନବ ପ୍ରୟାସ, ପ୍ଲାକାର୍ଡ ଓ ହାତଯୋଡି କଲେ ସଚେତନ

Published By : Prameya-News7 Bureau | April 04, 2020 IST

ଝାରସୁଗୁଡା ୦୪। ୦୪: ରାଜ୍ଯରେ ଦିନକୁ ଦିନ ବଢିଚାଲିଛି କରୋନାରେ ଆକ୍ରାନ୍ତଙ୍କ ସଂଖ୍ଯା। ବର୍ତ୍ତମାନ ସୁଦ୍ଧା ରାଜ୍ଯରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୨୦ରେ ପହଞ୍ଚିଛି। ୨୦ଜଣଙ୍କ ମଧ୍ଯରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୧୮ଜଣ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସା ହେଉଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ସାରାଦେଶରେ ଲକଡାଉନ୍ ଘୋଷଣା କରଯାଇଛି। ଲକଡାଉନ୍ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ଯ ହୋଇଛି। କିନ୍ତୁ କିଛି ଲୋକ ନିୟମ ପାଳନ କରିବା ପରିବର୍ତ୍ତେ ନିୟମକୁ ବେଖାତିର କରିଚଲିଛନ୍ତି। ପୋଲିସର ଯେତେ କାର୍ଯ୍ୟନଷ୍ଠାନ ପରେ ମଧ୍ଯ ଲୋକ ବୁଝିବାକୁ ନାରାଜ। ଶେଷରେ ଅନାନିଆ ଲୋକଙ୍କୁ ବୁଝାଇବା ପାଇଁ ପୋଲିସର ଅଭିନବ ଉପାୟ ଆଣାଇଛି।

{"id":248660,"sizeSlug":"large"}

ଝାରସୁଗୁଡା ଜିଲ୍ଲାରେ ଅନାନିଆଙ୍କୁ ସାବଧାନ କରିବା ପାଇଁ ହାତଯୋଡି ହାତରେ ପ୍ଲାକାର୍ଡ ଧରି ଠିଆ ହେବାକୁ ପଡିଛି ପୋଲିସକୁ |ଝାରସୁଗୁଡା ଜିଲ୍ଲାରେ କରୋନାକୁ ନେଇ ସରକାରୀ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି।ତଥାପି ଲୋକେ ଅନେକାଂଶରେ ଏହାକୁ ମାନୁ ନଥିବା ଦେଖିବା ପାଇଁ ମିଳୁଥିବାରୁ ପୋଲିସ ଆରମ୍ଭ କରିଛି ଏକ ଅଭିନବ ଉପାୟ |ଅମନିଆ ଲୋକଙ୍କୁ ମନାଇବାର ଉପାୟ ଖୋଜିଛି |ପୋଲିସ ହାତରେ ନିଜ ସମସ୍ୟା ଲେଖା ସହ ଲୋକଙ୍କୁ ସୁରକ୍ଷିତ ରଖିବା ସଂପର୍କିତ ପ୍ଲାକାର୍ଡ ଧରି ହାତଯୋଡି ବୁଝାଇବାକୁ ପ୍ରୟାସ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.