ଦୁର୍ନୀତି ମାମଲାରେ ଜୟା ଜେଟଲୀଙ୍କୁ ଆଶ୍ୱସ୍ତି, ଦଣ୍ଡାଦେଶ ଉପରେ ଲାଗିଲା ହାଇକୋର୍ଟଙ୍କ ରୋକ୍

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦।୭:  ପ୍ରାୟ ୨୦ ବର୍ଷ ପୂର୍ବେ ପ୍ରତିରକ୍ଷା ସାମଗ୍ରୀ କ୍ରୟରେ ଅନିୟମିତତା ଲାଗି କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟିର ପୂର୍ବତନ ନେତ୍ରୀ ଜୟା ଜୈଟଲୀଙ୍କୁ ଦିଲ୍ଲୀ କୋର୍ଟ ୪ ବର୍ଷ ଦଣ୍ଡାଦେଶ ଦେଇଥିଲେ।  ମାମଲାରେ ଜୟାଙ୍କ ସମେତ ତାଙ୍କ ଦଳୀୟ ସହଯୋଗୀ ଗୋପାଳ ପଚେରୱାଲ, ତତ୍କାଳୀନ ମେଜର ଜେନେରାଲ ଏସ.ପି ମୁରଗୋଇଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଲେଖାଏଁ ଦଣ୍ଡାଦେଶ କରିଛନ୍ତି। ତେବେ ଜୈଟଲୀଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିବା ସହ ତାଙ୍କ ଦଣ୍ଡକୁ ନିଲମ୍ବିତ କରିଛନ୍ତି।

ସେନା ଲାଗି ଥର୍ମାଲ ଇମେଜର କ୍ରୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ୨୦୦୧ ମସିହାରେ ନ୍ୟୁଜ ପୋର୍ଟାଲ ତେହେଲକା ଡଟ୍ କମ୍‌ ଦ୍ୱାରା ପ୍ରସାରିତ ଖବର ‘ଅପରେସନ ୱେଷ୍ଟ ଏଣ୍ଡ’ ପରେ ପ୍ରତିରକ୍ଷା ଦୁର୍ନୀତି ସମ୍ପର୍କରେ ଜଣାପଡିଥିବା ବେଳେ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୦୬ ମସିହାରେ ଏ ନେଇ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ବେଳେ କୋର୍ଟ ୨୦୧୨ ମସିହାରେ ରାୟ ଘୋଷଣା କରିଥିଲେ।

କୋର୍ଟ ମାମଲାର ୩ ଅଭିଯୁକ୍ତ ଜୈଟଲୀ, ପାର୍ଟର ପୂର୍ବ ସହଯୋଗୀ ଓ ସେନା ଅଧିକାରୀଙ୍କୁ ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ଲାଗି ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିରେ ଜୈଟଲୀ ବେଆଇନ ଭାବେ ଲାଞ୍ଚ ନେଇଥିବାର ପ୍ରମାଣିତ ହୋଇଥିବା ବେଳେ ଏଥିରୁ ମୁରଗୋଇ ୨୦ ହଜାର ଟଙ୍କା ପାଇଥିଲେ। ମାମଲାରେ ଆଉ ଜଣେ ମଧ୍ୟ ଅଭିଯୁକ୍ତ ଥିଲେ। ସୁରେନ୍ଦ୍ର କୁମାର ସୁରେଖା ନାମକ ଏହି ଅଭିଯୁକ୍ତ ପରେ ରାଜସାକ୍ଷୀ ହୋଇଯିବାରୁ ଆଇନ ତାଙ୍କୁ କ୍ଷମା ଦେଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.