ଇତିହାସ ରଚିଲେ ଯଶପ୍ରୀତ ବୁମରା, ଟି-୨୦ ଅନ୍ତର୍ଜାତୀୟରେ ହେଲେ ଭାରତର ସବୁଠୁ ସଫଳ ବୋଲର

Published By : Prameya-News7 Bureau | November 05, 2021 IST

ଦୁବାଇ ୦୫।୧୧: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶପ୍ରୀତ ରଚିଲେ ଇତିହାସ। ସେ ଶୁକ୍ରବାର ସ୍କଟଲାଣ୍ଡ ବିପକ୍ଷ ଗ୍ରୁପ-ବିର ମୁକାବିଲାରେ ୩.୪ ଓଭରରେ ମାତ୍ର ୧୦ ରନ ଦେଇ ଦୁଇଟି ଓ୍ଵିକେଟ୍ ହାସଲ କରିଛନ୍ତି। ଏଥିସହ ବୁମରା ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ବୁମରା ଏବେ ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ଏହି ମାମଲାରେ ସେ ଡାହାଣହାତୀ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ପଛରେ ପକାଇଛନ୍ତି।

ବୁମରା ସ୍କଟଲାଣ୍ଡ ବିପକ୍ଷରେ ଦୁଇଟି ଓ୍ଵିକେଟ୍ ନେଇ ଟି-୨୦ ଅନ୍ତର୍ଜାତୀୟରେ ଭାରତର ସବୁଠୁ ସଫଳ ବୋଲର ହେବାର ଉପଲବ୍ଧି ହାସଲ କରିଛନ୍ତି। ବୁମରା ଆଜିର ମ୍ୟାଚ୍‌ ପରେ ଟି-୨୦ ଅନ୍ତର୍ଜାତୀୟରେ ୬୪ ଓ୍ଵିକେଟ୍ ନେଇ ସାରିଲେଣି। ୟୁଜବେନ୍ଦ୍ର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬୩ ଓ୍ଵିକେଟ୍ ନେଇଛନ୍ତି।

wp:html /wp:html

ବୁମରା ୫୪ଟି ମୁକାବିଲାରେ ୧୯.୮୫ ହାରରେ ଏବଂ ୬.୫୫ ଇକୋନୋମିରେ ୬୪ ଓ୍ଵିକେଟ୍ ନେଇଛନ୍ତି। ଚହଲ ୪୯ ମ୍ୟାଚ୍‌ରେ ୨୫.୩୦ ହାରରେ ଏବଂ ୮.୩୨ ଇକୋନୋମିରେ ୬୩ ଓ୍ଵିକେଟ୍ ନେଇଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହେଉଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହସନ। ସେ ୧୧୭ ଓ୍ଵିକେଟ୍ ନେଇଛନ୍ତି। ତାଙ୍କ ପରେ ଦ୍ଵିତୀୟରେ ରହିଛନ୍ତି ଲସିଥ ମାଲିଙ୍ଗା(୧୦୯) ଓ ତୃତୀୟରେ ଟିମ୍ ସାଉଦି(୧୦୪) ଅଛନ୍ତି।

ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ  ବୋଲର

ଯଶପ୍ରୀତ ବୁମରା- ୫୩ ଇନିଂସ, ୬୪ ଓ୍ଵିକେଟ୍

ୟୁଜବେନ୍ଦ୍ର ଚହଲ- ୪୯ ଇନିଂସ, ୬୩ ଓ୍ଵିକେଟ୍

ରବିଚନ୍ଦ୍ରନ ଅଶ୍ଵିନ- ୪୮ ଇନିଂସ, ୫୫ ଓ୍ଵିକେଟ୍

ଭୁବନେଶ୍ଵର କୁମାର- ୫୨ ଇନିଂସ, ୫୦ ଓ୍ଵିକେଟ୍

ରବୀନ୍ଦ୍ର ଜାଡେଜା- ୫୩ ଇନିଂସ, ୪୩ ଓ୍ଵିକେଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.