ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ବିବାଦ : ଜମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହେଲା ରିଭ୍ୟୁପିଟିସନ

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୨।୧୨:   ଅଯୋଧ୍ୟା ଶ୍ରୀ ରମ ଜନ୍ମଭୂମି ପ୍ରକରଣରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଜମିୟତ ଉଲେମା-ଏ-ହିନ୍ଦ। ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ଲାଗି ସୋମବାର ରିଭ୍ୟୁପିଟିସନ ଦାଖଲ କରିଛି। ମୌଲାନା ସୟଦ ଅସଦ ରଶିଦୀ ଏ ନେଇ ଆବେଦନ ଦାଖଲ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ବିବାଦରେ ମୁସ୍ଲିମ ପକ୍ଷର ୧୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ମୌଲାନା ରଶିଦୀ ହେଉଛନ୍ତି ଜଣେ ।

{"id":192939,"sizeSlug":"large"}

ବିବାଦର ମୂଳ ବାଦକାରୀ ଏମ.ସିଦ୍ଦିକୀଙ୍କ ଉତ୍ତରାଧିକାରୀ ଭାବେ ମୌଲାନୀ ରଶିଦୀ ଏହି ପିଟିସନ ଦାଖଲ କରିଛନ୍ତି। ଯେଉଁଥିରେ ସେ ନିଷ୍ପତ୍ତିକୁ ତ୍ରୁଟିପୂର୍ଣ୍ଣ ଓ ଏହା ଉପରେ ସମ୍ବିଧାନର ଅନୁଚ୍ଛେଦ ୧୩୭ ପ୍ରକାରେ ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି କହିଛନ୍ତି।  ଶିର୍ଷ ନ୍ୟାୟାଳୟ ମାମଲାର ସନ୍ତୁଳନ ରକ୍ଷା ଲାଗି ହିନ୍ଦୁ ପକ୍ଷଙ୍କୁ ସୁହାଇବା ଭଳି ସେମାନଙ୍କ ଦୋଷତ୍ରୁଟିକୁ କ୍ଷମା କରିଥିବା ବେଳେ ଇସ୍ଲାମ ପକ୍ଷଙ୍କୁ ବିକଳ୍ପ ଭାବେ ୫ ଏକର ଜମି ଆବଣ୍ଟିତ କରିଛନ୍ତି। ତେବେ ମୁସଲମାନ ପକ୍ଷ କୌଣସି ବି କ୍ଷେତ୍ରରେ ଏଭଳି ଅନୁରୋଧ କରିନଥିଲେ କି କରି ନାହାନ୍ତି।

{"id":192935,"sizeSlug":"large"}

ରଶିଦୀ ଜମିୟତ ଉଲେମା-ଏ-ହିନ୍ଦ ର ଅଧ୍ୟକ୍ଷ ଅଟନ୍ତି। ତେବେ ସେ ଦାଖଲ କରିଥିବା ରିଭ୍ୟୁପିଟିସନରେ ଆବେଦନକାରୀ କୋର୍ଟଙ୍କ ସମ୍ପୂର୍ଣ୍ଣ ରାୟକୁ ଚାଲେଞ୍ଜ କରିନଥିବା କହିଛନ୍ତି। ସୂଚନା ଯୋଗ୍ୟଯେ ଗତ ନଭେମ୍ବର ୧୪ ତାରିଖ ଦିନ ଜମିୟତର କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ୫ ସଦସୀୟ ପ୍ୟାନେଲ ଗଠନ କରାଯାଇ ସୁପ୍ରିମକୋର୍ଟଙ୍କ ୯ ନଭେମ୍ବର ରାୟର ପ୍ରତ୍ୟେକ ଦିଗ ସମୀକ୍ଷା ଲାଗି କୁହାଯାଇଥିଲା।  ଜମିୟତର ମୁଖିଆ ମୌଲାନା ଅରସଦ ମଦନୀଙ୍କ ନେତୃତ୍ୱରେ ଗଠିତ ପ୍ୟାନେଲ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ରିଭ୍ୟୁପିଟିସନ ଦାଖଲ କରାଯାଇପାରିବ ବୋଲି ସୁପାରିଶ କରିଥିଲେ।   

{"align":"center","id":192936,"width":454,"height":341,"sizeSlug":"large"}

ତେବେ ଅଲ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ ସାଧାରଣ ସମ୍ପାଦକ ଜଫରୟାବ ଜିଲାନୀ ସୁପ୍ରିମକୋର୍ଟରେ ରିଭ୍ୟୁପିଟିସନ ଦାଖଲ କରାଯାଇନଥିବା କହିଛନ୍ତି। ତେବେ ଆମେ  ସମୀକ୍ଷା ନିବେଦନ ଦାଖଲ କରିଛୁ। ହେଲେ ଡିସେମ୍ବର ୯ ତାରିଖ ପୂର୍ବରୁ କୌଣସି ବି ଦିନ ରିଭ୍ୟୁପିଟିସନ ଦାଖଲ କରିବୁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.