ରାସ୍ତା ଉପରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍‌ପର୍

Published By : Prameya-News7 Bureau | October 31, 2020 IST

କେନ୍ଦୁଝର ୩୧।୧୦ : ରାସ୍ତା ଉପରେ ଜଳିଗଲା ଟ୍ରକ୍‌। କେନ୍ଦୁଝର ଜିଲ୍ଲାର ନରଣପୁର୍ ଠାରୁ ବ୍ରହ୍ମଣୀପାଳ ରାସ୍ତା ମଧ୍ୟରେ ଥିବା ଭଇଭାଇ ଢାବା ନିକଟରେ ୧୨ ଚକିଆ ଟ୍ରକ୍ ଠିଆ ହୋଇଥିବା ଜଳିଯାଇଛି । ରାସ୍ତାରେ ଛିଡା ହୋଇଥିବା ସମୟରେ ହଠାତ୍ ଗାଡିରେ ନିଆଁ ଲାଗିଯାଇଥିଲା ।

{"id":353616,"sizeSlug":"large"}

ତେବେ ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କ କହିବା ଅନୁସାରେ, ସେମାନେ ଆଇରନ୍ ଲୋଡିଂ ପାଇଁ ଯୋଡା ଯାଉଥିଲେ । ଉଭୟ ଉକ୍ତ ଭାଇଭାଇ ଢାବା ନିକଟ ରାସ୍ତା କଡ଼ରେ ରଖି ଦୋକାନରେ ଚା’ ପିଉଥିଲେ । ସେହି ସମୟରେ ହଠାତ୍ ଟ୍ରକ୍ ରେ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଳିଥିଲା।

{"id":353617,"sizeSlug":"large"}

ସଙ୍ଗେ ସଙ୍ଗେ ନିକଟସ୍ଥ ହରିଚନ୍ଦନପୁର୍ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଜଣା ଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.