ବିପଦ ସଙ୍କେତ ଉପରେ ଜଳକା ନଦୀ : ଗାଁରେ ପସିଲା ବନ୍ୟାଜଳ, ନଦୀ କୂଳିଆବାସୀ ଭୟଭୀତ

Published By : Prameya-News7 Bureau | September 16, 2021 IST

ଜଳେଶ୍ବର ୧୬।୯: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ଭୟଭୀତ ଅବସ୍ଥାରେ ଚାଷୀ କୂଳ । ବାତ୍ୟା ପରେ ଦାଉ ସାଜିଛି ବନ୍ୟା । ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ । ମଥାନୀଠାରେ ଜଳକା ନଦୀର ବିପଦ ସଂକେତ ୫.୫୦ ମିଟର ଥିବାବେଳେ ଗୁରୁବାର ଦିନ ୧୨ଟା ସୁଦ୍ଧା ୬.୬୨ ମିଟରରେ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଦେଖାଦେଇଛି । ମୁଖ୍ୟତଃ ବସ୍ତା ମଥାନୀ ଚଟାଣଠାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି ।  

ଜଳକା ନଦୀରେ ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତର ଗାଁ ଓ ଚାଷ ଜମିରେ ବନ୍ୟା ପାଣି ଦେଖିବାକୁ ମିଳିଛି । ବନ୍ୟା ଜଳରେ ଶହଶହ ଏକର ଚାଷ ଜମିରେ ଜଳ ମାଡିଯାଇଥିବା ଦେଖିବାକୁ ମିଳିଛି । ଅନେକ ଗାଁଗୁଡିକରେ ଜଳ ପ୍ରବେଶ କରିଥିବାରୁ ନଦୀ କୂଳିଆ ବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.