ଜଗତସିଂହପୁରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କଲେ ସଂସ୍କୃତି ମନ୍ତ୍ରୀ

Published By : Prameya-News7 Bureau | January 26, 2022 IST

ଜଗତସିଂହପୁର ୨୬/୦୧:  ଜଗତସିଂହପୁର ସହର ସ୍ଥିତ ନବକୃଷ୍ଣ ଚୌଧୁରି ଷ୍ଟାଡିୟମ୍ ପରିସରରେ ଜିଲ୍ଲାସ୍ଥରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଓଡ଼ିଶାର ପର୍ଯ୍ୟଟନ,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏହାସହ ମନ୍ତ୍ରୀ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଥମେ ଜିଲ୍ଲା ସଦର ମହକୁମାରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସରକାରଙ୍କ କରୋନା କଟକଣାକୁ ମାନି ଷ୍ଟାଡିୟମ୍ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଏହି ଅବସରରେ ମହାମାରୀ କରୋନା ସହିତ ଲଢେଇ କରିଥିବା କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.