Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଜାଡେଜାଙ୍କ ଜବରଦସ୍ତ ଫିଲ୍ଡିଂ : କ୍ୟାଚ୍ ନେବା ପରେ ଲଗାଇଲେ ଫୋନ୍, ଏମିତି ଦେଲେ ଇସାରା

20/04/2021 at 9:02 AM

ମୁମ୍ବାଇ, ୨୦।୦୪: ଆଇପିଏଲର ୧୨ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସକୁ ୪୫ ରନ୍‌ରେ ପରାସ୍ତ କରିଛି । ସିଏସକେର ଏହି ବିଜୟରେ ରବୀନ୍ଦ୍ର ଜାଡେଜାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜାଡେଜା ୨ଟି ବଡ ଓ୍ୱିକେଟ୍ ନେବା ସହ ୪ଟି କ୍ୟାଚ୍ ନେଇଥିଲେ ।

ଜାଡେଜା ରାଜସ୍ଥାନର ଓପନର ମନନ ବୋହରା, ରିୟାନ ପରାଗ, କ୍ରିସ୍ ମୋରିସ୍ ଓ ଜୟଦେବ ଉନାଦକଟଙ୍କ କ୍ୟାଚ୍ ନେଇଥିଲେ । ଏହାସହ ଜୋସ୍ ବଟଲର୍ ଓ ଶିବମ ଦୁବେଙ୍କ ଓ୍ୱିକେଟ୍ ନେଇଥିଲା । ସେ ଉଭୟ ବ୍ୟାଟସମ୍ୟାନଙ୍କୁ ଗୋଟିଏ ଓଭରରେ ପ୍ୟାଭିଲିୟନ ପଠାଇଥିଲେ । ଇନିଂସର ଦ୍ୱାଦଶ ଓଭରରେ ଜାଡେଜା ଏହି ସଫଳତା ହାସଲ କରିଥିଲେ ।

ଷ୍ଟାଡିୟମରେ ନିଜର ଶତ ପ୍ରତିଶତ ଦେଉଥିବା ଜାଡେଜା ସବୁ ମ୍ୟାଚରେ ଜବରଦସ୍ତ ଫିଲ୍ଡିଂ କରିଥାନ୍ତି । ସେ ରାଜସ୍ଥାନର ବ୍ୟାଟସମ୍ୟାନ୍ ଜୟଦେବଙ୍କ କ୍ୟାଚ୍ ନେବା ପରେ ଭିନ୍ନ ଅନ୍ଦାଜରେ ଖୁସି ମନାଇଥିଲେ । ପ୍ରଥମେ ସେ ଚାରୋଟି ଆଙ୍ଗୁଠି ଦେଖାଇ ଇସାରା କରିଥିଲେ । ପରେ କାନରେ ହାତ ରଖି ଫୋନ୍ ଲଗାଇବା ଭଳି ଇସାରା କରିଥିଲେ ।

ଜାଡେଜା ଆଇପିଏଲରେ ଗୋଟିଏ ପାଳିରେ ସର୍ବାଧିକ କ୍ୟାଚ୍ ନେବାରେ ସଚନି ତେନ୍ଦୁଲକର, ଡେଭିଡ୍ ଓ୍ୱାର୍ଣ୍ଣର ଆଦି ଖେଳାଳିଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଗୋଟିଏ ପାଳିରେ ସର୍ବାଧିକ କ୍ୟାଚ୍ ନେବାର ରେକର୍ଡ ସଚିନ, ଓ୍ୱାର୍ଣ୍ଣର, କାଲିସ୍, ରାହୁଲ ତେଓ୍ୱାତିଆ, ଡେବିଡ୍ ମିଲର, ଫାପ୍ ଡୁପ୍ଲେସିସଙ୍କ ନାଁରେ ରହିଛି । ଏହି ତାଲିକାରେ ଜାଡେଜା ମଧ୍ୟ ସାମିଲ ହୋଇଛନ୍ତି । ଏହି ସବୁ ଖେଳାଳି ଗୋଟିଏ ଇନିଂସରେ ୪ଟି ଲେଖାଏଁ କ୍ୟାଚ୍ ନେଇଛନ୍ତି ।

   Related Posts