Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଭାରତର ପ୍ରଥମ ସୂର୍ଯ୍ୟ ମିସନ ଆଗାମୀ ବର୍ଷ, ବିସ୍ତୃତ ବିବରଣୀ ସେୟାର କଲେ ISRO

17/09/2021 at 3:20 PM

ବେଙ୍ଗାଲୁରୁ ୧୭।୯: ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତ ନିଜର ପ୍ରଥମ ସୌର ମିସନ ଆଦିତ୍ୟ ଏଲ-୧ ଆଗାମୀ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚମାସରେ ହାତକୁ ନେଇପାରେ। ତେବେ ଏହି ମିସନ ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାର ଥିଲା। ହେଲେ କରୋନା ଭାଇରସ ମହାମାରୀ ସଂକ୍ରମଣ ଯୋଗୁ ମିସନ ଟାଳି ଦିଆଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏହି ମିସନ ସହ ସୁପରନୋଭା ମଧ୍ୟ ଲଞ୍ଚ କରିବେ ବୋଲି କହିଛନ୍ତି।

ଆଦିତ୍ୟ ଏଲ-୧ ମିସନକୁ ପୃଥିବୀରୁ ୧୫ଲକ୍ଷ କିଲୋମିଟର ଦୂର ଲାଗ୍ରାଙ୍ଗିଆନ୍ ପଏଣ୍ଟ-୧ ଓ ପ୍ରଭାମଣ୍ଡଳ କକ୍ଷରେ ପ୍ରବେଶ କରାଯିବ। ଯାହା ଦ୍ୱାରା ପରାଗ କାଳରେ ଲଗାତାର ସୂର୍ଯ୍ୟଙ୍କ ନିରକ୍ଷଣ କରାଯାଇପାରିବ। ବିଶ୍ୱରେ ଏପର୍ଯ୍ୟନ୍ତ ଆମେରିକା, ୟୁରୋପୀୟ ୟୁନିୟନ ଓ ଜାପାନ କେବଳ ଏହି ମିସନରେ ସଫଳ ହୋଇଛନ୍ତି। ଯଦି ଭାରତର ଆଦିତ୍ୟ ଏଲ-୧ ମିସନ ସଫଳ ହୁଏ ତେବେ ଏହି ସୂଚୀରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ।

୨୦୧୯ ମସିହାରେ ଭାରତ ପ୍ରଥମେ ସୂର୍ଯ୍ୟମିସନର ଘୋଷଣା କରିଥିଲା। ଆଶା କରାଯାଉଥିଲା ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ମିସନ ହାତକୁ ନିଆଯିବ। ତେବେ କରୋନା ଭାଇରସ ମହାମାରୀ ଲାଗି ଉପୁଜିଥିବା ପରିସ୍ଥିତିରେ ଇସ୍ରୋ ଏହାକୁ ଟାଳି ଦେଇଥିଲେ। ଏବେ ୨୦୨୨ ମସିହାରେ ମିସନ ପୂରଣ କରିବା ଲାଗି ଇସ୍ରୋ ଅଣ୍ଟା ଭିଡିଛନ୍ତି। ମିଳୁଥିବା ସୂଚନା ଅନୁସାରେ ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ଇସ୍ରୋ ଖୁବଶୀଘ୍ର ନିଜର ଉପଗ୍ରହ ମଧ୍ୟ ଲଞ୍ଚ କରିବାକୁ ଯାଉଛନ୍ତି।

   Related Posts