ଲକ୍ଷ୍ନୌ ଟିମ୍‌ରେ କେଏଲ ରାହୁଲ, ଅହମ୍ମଦାବାଦ ପାଇଁ ଖେଳିବେ ପାଣ୍ଡ୍ୟା ଓ ରସିଦ ଖାନ : ପସନ୍ଦର ଖେଳାଳିଙ୍କୁ ରଖିଲେ ଦୁଇ ନୂଆ ଫ୍ରାଞ୍ଚାଇଜ୍

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ,୨୨/୦୧: ଆଇପିଏଲର ଦୁଇଟି ନୂଆ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦକୁ ୧୦ ଦିନ ମଧ୍ୟରେ ନିଜ ନିଜ ପସନ୍ଦର ଖେଳାଳି ଦଳରେ ରଖିବା ନେଇ ବିସିସିଆଇ ସମୟ ଦେଇଥିଲା । ଯାହାର ଅବଧି ଶନିବାର ପୂରଣ ହୋଇଥାନ୍ତା । ଏହାପୂର୍ବରୁ ଦୁଇଟି ଦଳ ୩ ଜଣ ଲେଖାଏଁ ଖେଳାଳି ନିଜ ନିଜ ଦଳରେ ରଖି ନେଇଛନ୍ତି ।

wp:html /wp:html

ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ ଓ ଶୁଭମନ ଗିଲଙ୍କୁ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଲୋକେଶ ରାହୁଲ, ମାର୍କସ ଷ୍ଟଇନିସ ଓ ରବି ବିଷ୍ଣୋଇଙ୍କୁ ଦଳରେ ସାମିଲ କରିଛି । ଖେଳାଳି ନିଲାମ ପୂର୍ବରୁ ରାହୁଲ ସବୁଠୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୧୭ କୋଟି ଟଙ୍କାରେ ରଖିଛି ଲକ୍ଷ୍ନୌ । ସେମିତି ଷ୍ଟଇନିସଙ୍କୁ ୯.୨ କୋଟି ଏବଂ ବିଷ୍ଣୋଇଙ୍କୁ ୪ କୋଟି ଟଙ୍କା ପ୍ରଦାନ କରିବ ।

wp:html /wp:html

ସେହିପରି ପାଣ୍ଡ୍ୟାଙ୍କୁ ଅହମ୍ମଦାବାଦ ୧୫ କୋଟି, ରସିଦଙ୍କୁ ୧୫ କୋଟି ଏବଂ ଗିଲଙ୍କୁ ୮ କୋଟି ଟଙ୍କା ଦେବ । ଏତଦବ୍ୟତୀତ ଉଭୟ ଦଳ ୯୦ କୋଟିରୁ ବଳିଥିବା ଅବଶିଷ୍ଟ ଟଙ୍କାରେ ନିଲାମୀରେ ଖେଳାଳି କ୍ରୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.